କ୍ରିତିଙ୍କ ବଦାନ୍ୟତା

ମୁମ୍ବାଇ: ପ୍ରତ୍ୟେକ କଳାକାର ପାଇଁ ସେମାନଙ୍କ ଫ୍ୟାନ୍ସମାନେ ହେଉଛନ୍ତି ଅମୂଲ୍ୟ ସମ୍ପଦ। କାରଣ ନିଜ ପ୍ରଶଂସକମାନଙ୍କ ଲାଗି ହିଁ ଜଣେ କଳାକାର ତାରକା ବା ସୁପରଷ୍ଟାର ହୋଇଥାଏ। ଫ୍ୟାନ୍‌ ପାଇଁ ବଲିଉଡ୍‌ ଅଭିନେତ୍ରୀ କ୍ରିତି ସନନ୍‌ ଭାବପ୍ରବଣ ହୋଇଥିବାର ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେବାରେ ଲାଗିଛି। ଏକ ଇଭେଣ୍ଟରେ ଯୋଗ ଦେବା ଅବସରରେ କ୍ରିତିଙ୍କ ଅନେକ ପ୍ରଶଂସକ ସେଠାରେ ଜମା ହୋଇଥିଲେ। ନାୟିକାଙ୍କର ଜଣେ ବାମନ ଫ୍ୟାନ୍‌ଙ୍କୁ ମଧ୍ୟ ସେହିଠାରେ ଦେଖିବାକୁ ମିଳିଥିଲା। ଜମାହୋଇଥିବା ଲୋକେ ଉକ୍ତ ପ୍ରଶଂସକଙ୍କୁ ଉପହାସ କରୁଥିବାବେଳେ କ୍ରିତି ତାଙ୍କ ନିକଟକୁ ଯାଇ ତଳେ ବସି ଫଟୋ ଉଠାଇଥିଲେ। ତେବେ କ୍ରିତିଙ୍କ ଏହି ଭିଡିଓ ଦେଖି ସୋସିଆଲ ମିଡିଆ ୟୁଜର ତାଙ୍କୁ ଖୁବ୍‌ ପ୍ରଶଂସା କରିବାରେ ଲାଗିଛନ୍ତି।
ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ଅକ୍ଷୟଙ୍କ ସହ କ୍ରିତି ଶେଷଥର ପାଇଁ ବଡ଼ ପରଦାରେ ଦେଖାଯାଇଥିଲେ। ଆଗାମୀ ଦିନରେ କ୍ରିତିଙ୍କ ଆଉ ୪ଟି ଫିଲ୍ମ ରିଲିଜ୍‌ ହେବାକୁ ଅଛି।

Share