କ୍ରିଶନ କୁମାର ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ ଅଫିସ, ୧୫।୮: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ରାଜ୍ୟ ସରକାର କ୍ରିଶନ କୁମାରଙ୍କୁ ନିଯୁକ୍ତି ଦେଇଛନ୍ତି। ଆସନ୍ତା ୧୯ ତାରିଖରୁ ସେ ଏହି ଅତିରିକ୍ତ ଦାୟିତ୍ୱ ପ୍ରତିପାଦନ କରିବେ। କିଛି ଦିନ ତଳେ କ୍ରିଶନ କୁମାରଙ୍କୁ ପୂର୍ତ୍ତ ବିଭାଗ ସଚିବ ଭାବେ ନିଯୁକ୍ତ କରାଯାଇଥିଲା। ଗୁରୁବାର ସରକାର ଆଇଏଏସ୍‌ସ୍ତରରେ ଅଦଳବଦଳ କରି କ୍ରିଶନଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ପୂର୍ବରୁ ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ପ୍ରଶାସକ ଥିଲେ।
ଏତଦ୍‌ବ୍ୟତୀତ ପ୍ରଥମ କରି ଶ୍ରୀମନ୍ଦିର ପାଇଁ ଜଣେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ସୃଷ୍ଟି କରାଯାଇଛି। ଶ୍ରୀମନ୍ଦିରର ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏହି ଦାୟିତ୍ୱ ମିଳିଛି। ପ୍ରଦୀପ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଦାୟିତ୍ୱ ମିଳିଥିବା ବେଳେ ଆର. ବାଲକ୍ରିଷ୍ଣନ ସିଏମ୍‌ଓ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି।

Share