କ୍ରିସ୍‌ମାସ୍‌ରେ ରୋମାଣ୍ଟିକ ହେଲେ ଏହି ଦୁଇ ଯୋଡ଼ି

ବମ୍ବେ: ବଡଦିନ ତଥା ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନକୁ ଧୂମ୍‌ଧାମରେ ପାଳନ କରିଛନ୍ତି ବଲିଉଡର ଅନେକ କଳାକାର। ଅନେକ ଘରକୁ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜାଇ କ୍ରିସମାସ୍‌ ଟ୍ରି’ କରିଥିବା ମଧ୍ୟ ଦେଖାଯାଇଛି। ଏହି ଅବସରରେ ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଦୀପିକା-ରଣବୀର, ପ୍ରିୟଙ୍କା-ନିକ୍‌ ରୋମାଣ୍ଟିକ ହୋଇଥିବା ଦେଖିବାକୁ ମିଳୁଛି। ଦୀପିକା ଓ ପ୍ରିୟଙ୍କା ଇନ୍‌ଷ୍ଟା ଆକାଉଣ୍ଟରେ ନିଜ ନିଜ ସାଥୀଙ୍କ ସହ ଫଟୋ ଶେୟାର କରିଛନ୍ତି। ଏଥିସହ ସେମାନେ ପ୍ରଶଂସକଙ୍କୁ ଏହି ଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ପ୍ରକାଶ ଥାଉ କି, ଆଗାମୀ ଦିନରେ ଦୀପିକାଙ୍କ ଫିଲ୍ମ ‘ଛପାକ’ ରିଲିଜ ହେବାକୁ ଯାଉଛି। ଏକ ସତ୍ୟ ଘଟଣା ଉପରେ ଆଧାରିତ ରହିଛି ଫିଲ୍ମ। ଏଥିରେ ତାଙ୍କୁ ଜଣେ ଏସିଡ ପୀଡ଼ିତା ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର ନିକଟରେ ରିଲିଜ କରାଯାଇଥିଲା। ଏହାକୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି। ଜାନୁୟାରୀ ୧୦ରେ ଏହା ପରଦାକୁ ଆସିବ। ବିବାହ ପରେ ଦୀପିକାଙ୍କ ଏହା ପ୍ରଥମ ଫିଲ୍ମ ହୋଇଥିବାରୁ ବହୁତ ଖାସ୍‌ ବୋଲି କୁହାଯାଉଛି। ଏହା ଭଲ ବ୍ୟବସାୟ କରିବ ବୋଲି ନିର୍ମାତା ଆଶା ରଖିଛନ୍ତି। ସେହିଭଳି ନିକଟରେ ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ ରିଲିଜ ହୋଇଥିଲା।

Share