କ୍ରିସ୍‌ମାସ ପାଳିବା ପାଇଁ ଏସବୁ ରଙ୍ଗର ପୋଷାକ ବାଛିଛନ୍ତି ବଲିଉଡ୍‌ ଅଭିନେତ୍ରୀ

ଆଉ କିଛିଦିନ ପରେ ପାଳନ କରାଯିବ କ୍ରିସ୍‌ମାସ। ଏହାକୁ ସ୍ବତନ୍ତ୍ର ଭାବେ ପାଳନ କରିବାକୁ ସଜେଇ ହେଲେଣି ବଲିଉଡ୍‌ର ଅଭିନେତ୍ରୀମାନେ। କିଏ କେମିତି କେଉଁ ରଙ୍ଗର ପୋଷାକ ପିନ୍ଧି ପାର୍ଟିରେ ସୁନ୍ଦର ଦିଶିବେ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…
ଆଲିଆ ଭଟ୍ଟ:


ଅଭିନେତ୍ରୀ ଆଲିଆ ଭଟ୍ଟ କ୍ରିସ୍‌ମାସ ପାର୍ଟିରେ ଏକ ଲାଲ୍‌ ରଙ୍ଗର ଗାଉନ ପିନ୍ଧିବା ପାଇଁ ବାଛିଛନ୍ତି।

ଶ୍ରଦ୍ଧା କପୁର:


ଶ୍ରଦ୍ଧା ଏକ ହ୍ବାଇଟ୍‌ ଲଙ୍ଗ୍‌ ଜ୍ୟାକେଟ୍‌, ପିଙ୍କ୍‌ କଲର ପ୍ୟାଣ୍ଟ ଏବଂ ବ୍ଲାକ୍‌ କ୍ୟାପ୍‌ କିଣିଛନ୍ତି। କ୍ରିସ୍‌ମାସ ଟ୍ରି ସହିତ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେନ୍ତ ଏବେଠାରୁ ଶେୟାର କରିସାରିଲେଣି। ଫଟୋଟିକୁ ୟୁଜରମାନେ ବହୁ ସଂଖ୍ୟାରେ ଲାଇକ୍‌ କରିଛନ୍ତି।

ଜାହ୍ନବୀ କପୁର:


କ୍ରିସମାସକୁ ଧୂମଧାମ୍‌ରେ ପାଳିବା ପାଇଁ ଜାହ୍ନବୀ ଏବେଠାରୁ ଉତ୍ସାହିତ ହୋଇପଡ଼ିଛନ୍ତି। ଲାଇଟ୍‌ ବ୍ଲୁ କଲରର ପୋଷାକ ସେ ପସନ୍ଦ କରିଛନ୍ତି।

ଜ୍ୟାକ୍‌ଲିନ ଫର୍ନାଡିସ୍‌:


କ୍ରିସ୍‌ମାସ ପାଳିବା ପାଇଁ ଜ୍ୟାକ୍‌ଲିନ ସାନ୍ତା କ୍ଲଜ୍‌ ବେଶରେ ସଜେଇ ହୋଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ତାଙ୍କର ଲୁକ୍‌ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି।

Share