Advertisement

କ୍ରୀଡ଼ା ଦିବସରେ ମନେପଡ଼ିଲେ ଧ୍ୟାନଚାନ୍ଦ

ବ୍ରହ୍ମପୁର ଅଫିସ,୨୯।୮: ଶହୀଦ ଲକ୍ଷ୍ମଣ ନାୟକ ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ସକାଳେ ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି। ଏହି ଅବସରରେ ଛାତ୍ରୀଛାତ୍ର ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଅବସରପ୍ରାପ୍ତ ଜିଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥୀ ସ୍ବାଇଁ ଏବଂ ସମ୍ମାନିତ ଅତିଥି ଭାବେ ସିଆର୍‌ସିସି ତାରା ପ୍ରସାଦ ମିଶ୍ର ଯୋଗଦେଇଥିଲେ। ଏହା ପରେ ବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କ ନୀତି, ଆଦର୍ଶ ଏବଂ ଦେଶ ପାଇଁ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ କେ.ସୁଜାତା କୁମାରୀ ସୁବୁଦ୍ଧି ଏଥିରେ ଅଧ୍ୟକ୍ଷତା କରିଥିବାବେଳେ କ୍ରୀଡ଼ା ପ୍ରଶିକ୍ଷକ କେଦାରନାଥ ଚୌଧୁରୀ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ରାଧାନାଥ ପାଢ଼ୀ, ସୂର୍ଯ୍ୟନାରାୟଣ ଶତପଥୀ, ଅନିତା ପ୍ରଧାନ, ମାଳବିକା ପାଢ଼ୀ, ସବିତା ଚୌଧୁରୀ, ଇନ୍ଦ୍ରମଣି ଦେବୀ, ମମତା ପାତ୍ର, ସୁଧାରାଣୀ ଅଧିକାରୀ, ଅନିତା ବେହେରା, ରୀତାରାଣୀ ଦାସ, ଏମ୍‌.ସୀମାଞ୍ଚଳ, ଦିଲୀପ କୁମାର ଦାସ, ଲାବଣ୍ୟ ସାବତ ଏବଂ ଝୁନୁ ବେଜ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share