Categories: ଖେଳ

କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଓଡ଼ିଶା ପୁରସ୍କୃତ

ଭୁବନେଶ୍ୱର, ୧୫।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମୀ ବଢ଼ିବା ସହ ବଡ଼ ଟୁର୍ନାମେଣ୍ଟମାନ ଆୟୋଜନ ହେଉଛି। ଏହାର ପୁରସ୍କାର ମଧ୍ୟ ରାଜ୍ୟକୁ ମିଳିବାରେ ଲାଗିଛି। କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଦ୍ୱିତୀୟ ଥରପାଇଁ ଓଡ଼ିଶା ପୁରସ୍କୃତ ହୋଇଛି। ମୁମ୍ବାଇରେ ସୋମବାର ଅନୁଷ୍ଠିତ ସ୍ପୋଟର୍‌ସଷ୍ଟାର ଏସେସ ପୁରସ୍କାର ଉତ୍ସବରେ ଓଡ଼ିଶାକୁ ‘ବେଷ୍ଟ ଷ୍ଟେଟ୍‌ ଫର ପ୍ରମୋଶନ ଅଫ୍‌ ସ୍ପୋଟର୍‌ସ’ ପୁରସ୍କାର ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପୁରସ୍କାର ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ଓଡ଼ିଶାର ପ୍ରମୋଦ ଭଗତ ‘ସ୍ପୋଟର୍‌ସ ମ୍ୟାନ ଅଫ ଦି ଇୟର’(ପାରା ସ୍ପୋଟର୍‌ସ ) ଏବଂ ହକି ତାରକା ଦୀପ୍‌ ଗ୍ରେସ୍‌ ଏକ୍କା ‘ସ୍ପୋଟର୍‌ସ ଓମ୍ୟାନ ଅଫ ଦି ଇୟର’(ଟିମ୍‌ ସ୍ପୋଟର୍‌ସ) ପୁରସ୍କାର ଲାଭ କରିଛନ୍ତି। ଓଡ଼ିଶା କ୍ରୀଡ଼ା ହବ୍‌ରେ ପରିଣତ ହେବା ଦିଗରେ ଏହା ଆଉ ଏକ ସଫଳତା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରିଛନ୍ତି। ଏହି ଉତ୍ସବରେ ତାରକା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପିଭି ସିନ୍ଧୁ ‘ସ୍ପୋଟର୍‌ସ ଷ୍ଟାର ଅଫ୍‌ ଦି ଇୟର’ ପୁରସ୍କାର ପାଇଥିଲେ। ଶ୍ରେଷ୍ଠ କର୍ପୋରେଟ/ପିଏସୟୁ ପୁରସ୍କାର ଇଣ୍ଡିଆନ ଅଏଲ କର୍ପୋରେଶନକୁ ମିଳିଥିବାବେଳେ ଭାରତୀୟ କ୍ରିକେଟ ଦଳ ‘ଟିମ୍‌ ଅଫ୍‌ ଦି ଇୟର’ ପୁରସ୍କାର ହାସଲ କରିଥିଲା। କ୍ରିକେଟ କିମ୍ବଦନ୍ତୀ କପିଳ ଦେବଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା।

Share