କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୪।୯-ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ବାଲେଶ୍ୱର ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସଠାରେ ବିଭାଗୀୟ କାର୍ଯ୍ୟ ଏବଂ ନିର୍ମାଣାଧୀନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରିଛନ୍ତି। କ୍ରୀଡ଼ା ଭିତ୍ତିଭୂମିର ଉପଯୁକ୍ତ ବିକାଶ ପାଇଁ ମନ୍ତ୍ରୀ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ସେ ଆଲୋଚନା କରି ଜିଲାର ପୌରାଞ୍ଚଳ ଏବଂ ବ୍ଲକସ୍ତରରେ ଥିବା ଷ୍ଟାଡ଼ିୟମର ସ୍ଥିତି ଏବଂ ବାଲେଶ୍ୱର, ଜଳେଶ୍ୱର, ନୀଳଗିରି ଓ ସୋରରେ ମୁକ୍ତାକାଶ ବ୍ୟାୟାମଶାଳା ପ୍ରତିଷ୍ଠା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ଜିଲାପାଳ ଏବଂ ଜିଲା କ୍ରୀଡ଼ା ଅଧିକାରୀଙ୍କୁ ପଚାରି ବୁଝିଥିଲେ। ବୈଠକରେ ଜିଲାରେ ନିର୍ମାଣାଧୀନ ବିଭିନ୍ନ ମିନି ଷ୍ଟାଡ଼ିୟମର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀଙ୍କୁ ଉପସ୍ଥିତ ଅଧିକାରୀମାନେ ଅବଗତ କରାଇଥିଲେ। ଯେଉଁଠାରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ ସେଠାରେ ତୁରନ୍ତ ନୂଆ ଏଷ୍ଟିମେଟ କରି କାମ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟାନ୍ୟ ବିଭାଗରୁ ମିଳୁଥିବା ଅନୁଦାନକୁ ମିଶାଇ ଉନ୍ନତମାନର ମିନି ଷ୍ଟାଡ଼ିୟମ ପ୍ରସ୍ତୁତ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲାଗି ରହିଥିବା ବିଭିନ୍ନ ଜମି ଅଧିଗ୍ରହଣ ସମସ୍ୟାକୁ ତୁରନ୍ତ ଉପଜିଲାପାଳଙ୍କ ତତ୍ତ୍ୱାବଧାନରେ ସମାଧାନ କରାଯିବ ବୋଲି ଜିଲାପାଳ ଚକ୍ରବର୍ତ୍ତୀ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ ହେବାକୁ ଥିବା ସମନ୍ବିତ କ୍ରୀଡ଼ା କମ୍ପ୍ଲେକ୍ସ ଲାଗି ତୁରନ୍ତ ଜମି ଚିହ୍ନଟ କରି ଏକ ମାସ ମଧ୍ୟରେ କାମ ଆରମ୍ଭ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ ଇଣ୍ଡିଆର(ଏସଟିପିଆଇ) ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ବାଲେଶ୍ୱର ଏସ୍‌ଟିପିଆଇ ଅଧିକାରୀ ବିଶ୍ୱ କିଶୋର ଦେ ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲେ। ଏସଟିପିଆଇରେ କାର୍ଯ୍ୟ କରୁଥିବା ବିଭିନ୍ନ ଆଇଟି କମ୍ପାନୀ ଓ ତାହାର ନୂତନ କୋଠା ନିର୍ମାଣ କାର୍ଯ୍ୟ ସମ୍ପର୍କରେ ମନ୍ତ୍ରୀ ସୂଚନା ସଂଗ୍ରହ କରିବା ସହିତ ବାଲେଶ୍ୱରରେ ଆଇଟି କମ୍ପାନୀ ଓ ଷ୍ଟାର୍ଟ ଅପ କମ୍ପାନୀ ପ୍ରତିଷ୍ଠା ପାଇଁ ପ୍ରଭୃତ ସୁଯୋଗ ରହିଥିବା ମତବ୍ୟକ୍ତ କରିଥିଲେ। ନୂତନ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିବା ଏବଂ ସେମାନଙ୍କୁ ଉଚିତ ମୂଲ୍ୟରେ ଭିତ୍ତିଭୂମି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଏବଂ ପ୍ରୋତ୍ସାହନ ଯୋଗାଇ ଦେବା ନିମନ୍ତେ ସେ ଏସ୍‌ଟିପିଆଇ ଅଧିକାରୀଙ୍କୁ କହିଥିଲେ। ଯଦି କୌଣସି କ୍ଷେତ୍ରରେ ଏସ୍‌ଟିପିଆଇଠାରେ ପ୍ରକଳ୍ପ ପ୍ରତିଷ୍ଠା ବ୍ୟୟସାପେକ୍ଷ ହେଉଥାଏ ସେପରି କ୍ଷେତ୍ରରେ ସବସିଡ଼ି ପ୍ରଦାନ ଲାଗି ପ୍ରୟାସ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପିଡି ଡିଆରଡିଏ ରାମଚନ୍ଦ୍ର ଜେନା, ଉପଜିଲାପାଳ ନୀଲୁ ମହାପାତ୍ର, ଜିଏମ ଡିଆଇସି ହରିହର ଜେନା, ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମହେଶ ମହାନ୍ତି, ସହକାରୀ ଜିଲାପାଳ ଦୀପକ କୁମାର ଦାସ, ଇଡ଼କୋ ଅଧିକାରୀ ଅଞ୍ଜନା ଦଳେଇ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ପୁଡ଼ିଆରେ ଫୁଟିଲା ବୋମା

ଗୋପାଳପୁର,୨୮ା୧୨(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକର ଭେଙ୍କଟରାୟପୁର ଓ ନୂଆବକ୍ସିପଲ୍ଲୀ ଗ୍ରାମ ମଧ୍ୟଭାଗରେ ଶୁକ୍ରବାର ରାତିରେ ଏକ ଗାଈ ରାସ୍ତାପାର୍ଶ୍ୱରେ ପଡ଼ିଥିବା ଖାଦ୍ୟ...

ପୁରୀରେ ଅଘଟଣ: ନିଗମାନନ୍ଦ ସମ୍ମିଳନୀରେ ଚାଲିଗଲା ୨ ଜୀବନ

ପୁରୀ,୨୮।୧୨: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିଲା। ପୁରୀ ବାଲିଘାଇରେ ଏହି ଭକ୍ତ ସମ୍ମିଳନୀ ହେଉଥିଲା। ତେବେ ଏହି ସମୟରେ ୨ ଶ୍ରଦ୍ଧାଳୁ ଅସୁସ୍ଥ ହୋଇ ମୃତ୍ୟୁ...

ପାଇଥିଲେ ଘର: ଏବେ ପଟ୍ଟାରେ ଥିବା ପ୍ଲଟ ଗୋଚର

କର୍ଲାମୁଣ୍ଡା:୨୮।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ରେଗଡା କଲୋନୀପଡାରେ ରହିବାର ୪୪ ବର୍ଷ ବିତିଯାଇଥିଲେ ମଧ୍ୟ ପଡାବାସୀଙ୍କୁ ସ୍ଥାୟୀ ପଟ୍ଟା...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି

ବରଗଡ଼,୨୮।୧୨: ବରଗଡ଼ ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର...

କୋମ୍ବିଂ ବେଳେ ଧରାପଡ଼ିଲେ ୩ ମହିଳା କ୍ୟାଡର ମାଓବାଦୀ

ମାଲକାନଗିରି,୨୮।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଗୁଣ୍ଠାବାଡା ଗ୍ରାମ ନିକଟରୁ ଓଡ଼ିଶା ପୋଲିସ ଏବଂ ଡିବିଏଫ ବାହିନୀ ରବିବାର ୩ଜଣ ମହିଳା କ୍ୟାଡର...

୫ ବାବାଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର,୨୮।୧୨: ଭୁବନେଶ୍ବର ମୈତ୍ରିବିହାର ଥାନା ପୋଲିସ ରବିବାର ୫ଜଣ ବାବାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଅଟକ ୫ ବାବା ବାହାର ରାଜ୍ୟର ବୋଲି...

ଗଞ୍ଜେଇ ଭର୍ତ୍ତି ୨ କାର୍‌ ଜବତ, ୩ ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୨୮ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଟିମ୍‌ ଶନିବାର ଚଢ଼ାଉ କରି ୨ଟି ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଥିବାବେଳେ ୩...

ନୂଆବର୍ଷରେ ପୁରୀ ଆସିବାର ଥିଲେ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୮ା୧୨: ଡିସେମ୍ବର ୩୧ରୁ ନୂଆବର୍ଷ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ କଟକଣା ଜାରି କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri