କ୍ରୀଡା ପ୍ରତିଯୋଗିତା: ଜାତୀୟ ସ୍ତରରେ ସ୍ବର୍ଣ୍ଣ,ରୋପ୍ୟ ପଦକ ହାସଲ କଲେ କୁନି

ମାଲକାନଗିରି,୨୩ା୧୨ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ମାର୍କେଲଗୁଡାସ୍ଥିତ ଶିଶୁଗୃହର ଆଦିବାସୀ ଛାତ୍ରୀ କୁନି ମାଢି ଜାତୀୟ ସ୍ତରରେ କ୍ରୀଡାରେ କୃତିତ୍ୱ ଅର୍ଜନ କରିଛନ୍ତି। କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ହୋସଲା ଅନୁଷ୍ଠାନ ପକ୍ଷରୁ ଦିଲୀରେ ହୋଇଥିବା ୧୦୦ ମିଟର ରିଲେ ଦୌଡରେ ସେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଲମ୍ବଡିଆଁରେ ରୋପ୍ୟ ପଦକ ପାଇଛନ୍ତି। ଏହି ପ୍ରତିଯୋଗିତା ଦେଶର ୨୮ଟି ରାଜ୍ୟର ଶିଶୁଗୃହରେ ରହୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଏହାକୁ ହୋସଲା ସଂସ୍ଥା ପରିଚାଳନା କରିଥିଲେ। କୁନିଙ୍କ ଏପରି ସଫଳତା ମାଲକାନଗିରି ଜିଲା ଶିଶୁ ଗୃହରେ ରହୁଥିବା ଛାତ୍ରୀଛାତ୍ର ମାନଙ୍କ ପାଇଁ ପ୍ରେରଣା ଏବଂ ଗୌରବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ କହିଛନ୍ତି। କୁମାରୀ ମାଢିଙ୍କ ମାଆବାପା ମାତା ନାହାନ୍ତି। ପ୍ରଶାସନ ପକ୍ଷରୁ ତାଙ୍କୁ ଶିଶୁ ଗୃହରେ ରଖାଯାଇ ତାଙ୍କର ସମସ୍ତ ଦାୟିତ୍ୱ ବୁଝାଯାଉଛି ବୋଲି ଦାସ କହିଛନ୍ତି।

Share