Categories: ବାଣିଜ୍ୟ

କ୍ରେଡାଇ ଓଡ଼ିଶା ପକ୍ଷରୁ ବାତ୍ୟା ପ୍ରଭାବିତଙ୍କୁ ସହାୟତା

ଭୁବନେଶ୍ୱର,୨୯-୬ -କ୍ରେଡାଇ ଓଡ଼ିଶା ପକ୍ଷରୁ ବାତ୍ୟା ପ୍ରଭାବିତ ଲୋକଙ୍କ ପୁନର୍ବାସ ଲାଗି ଗୃହ ନିର୍ମାଣ ସାମଗ୍ରୀ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଉପସ୍ଥିତିରେ ପଦ୍ମକେଶରୀପୁର, ଇଞ୍ଜନା ଏବଂ ପଟିଆ ଗ୍ରାମର କ୍ଷତିଗ୍ରସ୍ତ ପରିବାରଗୁଡିକୁ ଏହି ସହାୟତା ଯୋଗାଇ ଦିଆଯାଇଥିଲା। ରୁଫଟପ୍‌ ମେଟାଲଶିଟ, ସୋଲାର ଲ୍ୟାମ୍ପ, ମୋବାଇଲ ଚାର୍ଜର ଭଳି ସାମଗ୍ରୀ ଲୋକମାନଙ୍କୁ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ କ୍ରେଡାଇ ଓଡିଶା ଅଧ୍ୟକ୍ଷ ଡି.ଏସ୍‌.ତ୍ରିପାଠୀ, ସଭାପତି ସ୍ବଦେଶ କୁମାର ରାଉତରାୟ, ଉପାଧ୍ୟକ୍ଷ ବିନୟକୃଷ୍ଣ ଦାସ, ଉପସଭାପତି ଉମେଶ ଖଣ୍ଡେଲଓ୍ବାଲ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ପାତ୍ର, ସମ୍ପାଦକ ଅନୀଲ କୁମାର ଅଗ୍ରଓ୍ବାଲ, ସିଏସ୍‌ଆର୍‌ କମିଟି ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ, ସୋଫିଆ ଫିରଦୋଶ ଏବଂ କ୍ରେଡାଇ କଟକ ସଭାପତି ଆର୍‌ .ପି.ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Share