କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିଲେ

ବର୍ତ୍ତମାନ ଅଧିକାଂଶ ମହିଳା କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ହେଲେ ଏହାକୁ ବ୍ୟବହାର କରିବା ସମୟରେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ…

ଅନେକ ମହିଳା ବିଭିନ୍ନ ମେସେଜ୍‌ କିମ୍ବା ଇ-ମେଲ୍‌ରେ ଆସୁଥିବା ବିଜ୍ଞାପନ ଏବଂ କ୍ରେଡିଟ୍‌ କାର୍ଡର ଆକର୍ଷଣୀୟ ଅଫର ଦେଖି ତତ୍‌କ୍ଷଣାତ୍‌ ଏହାକୁ ନେବାର ନିଷ୍ପତ୍ତି ନେଇଯାଆନ୍ତି। ହେଲେ ଏଥିରେ ଅନେକ ନିୟମ ଏବଂ ସର୍ତ୍ତାବଳି ଯୋଗୁ ପରବର୍ତ୍ତୀ ସମୟରେ ଆପଣଙ୍କୁ ଅସୁବିଧାର ସମ୍ମୁଖିନ ହୋଇଥାଆନ୍ତି। ତେଣୁ କ୍ରେଡିଟ୍‌ କ୍ରେଡିଟ୍‌ କାର୍ଡ ଆପ୍ଲାଏ କରିବା ପୂର୍ବରୁ କେତେ ମୂଲ୍ୟ ପର୍ଯ୍ୟନ୍ତ କ୍ରେଡିଟ୍‌ କାର୍ଡ କରିବେ, କେଉଁ ବ୍ୟାଙ୍କ୍‌ ବା ସଂସ୍ଥା ପକ୍ଷରୁ ଆଣିବେ, କେତେ ସୁଧ ଦେବାକୁ ପଡିବ, କାର୍ଡର ଅବଧି କେତେ ଇତ୍ୟାଦି ଭଳି ବିଭିନ୍ନ ତଥ୍ୟ ସମ୍ପର୍କରେ କୌଣସି ଫାଇନାନ୍‌ସିଆଲ୍‌ ଏକ୍ସପର୍ଟଙ୍କଠାରୁ ପରାମର୍ଶ ନିଅନ୍ତୁ।
କ୍ରେଡିଟ୍‌ କାର୍ଡରେ ନିଜେ ସାଇନ୍‌ କରିବା ସହ ଏହାର ନମ୍ବର, ପିନ୍‌, ବୈଧତା, କାର୍ଡ କମ୍ପାନି ନମ୍ବର ଏବଂ ଏହା ସମ୍ବନ୍ଧିତ ସବୁ ଜରୁରୀ ତଥ୍ୟ ଯତ୍ନରେ ଲେଖି ରଖନ୍ତୁ ଏବଂ ଧ୍ୟାନ ଦିଅନ୍ତୁ ଏହା ଯେପରି ଅନ୍ୟମାନଙ୍କ ହାତରେ ନ ପଡ଼େ। ଏହାର ଫଟୋ କପି ମଧ୍ୟ ଜେରକ୍ସ କରି ରଖିବାକୁ ଭୁଲନ୍ତୁ ନାହିଁ।
– ଏହାର ପାସ୍‌ଓ୍ବାର୍ଡକୁ ଏଭଳି କରନ୍ତୁ, ଯାହାକୁ ସହଜରେ ହ୍ୟାକ୍‌ କରି ହେବନାହିଁ। ଏହାକୁ ଏଣେତେଣେ ଲେଖନ୍ତୁ ନାହିଁ ଏବଂ ସୁରକ୍ଷା ଦୃଷ୍ଟିରୁ ମଝିରେ ମଝିରେ ପାସ୍‌ଓ୍ବାର୍ଡ ବଦଳାନ୍ତୁ।
– କ୍ରେଡିଟ୍‌ କାର୍ଡର ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ବ୍ୟବହାର କରନ୍ତୁ। ସେହିପରି ସମୟ ମଧ୍ୟରେ ଟଙ୍କା ଶୁଝି ଦେବାକୁ ଚେଷ୍ଟା କରନ୍ତୁ। ନଚେତ ଆପଣଙ୍କୁ ଅଧିକ ସୁଧ ସହିତ ଜରିମାନା ବାବଦକୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିପାରେ।
ମନେରଖନ୍ତୁ, ସାଇବର କାଫେ କିମ୍ବା ଅନ୍ୟ ପବ୍ଲିକ୍‌ କମ୍ପ୍ୟୁଟରରେ କ୍ରେଡିଟ୍‌ କାର୍ଡ ବ୍ୟବହାର କରିବା ବିପଦ। ଏହାଦ୍ୱାରା ଆପଣଙ୍କ ଡାଟା ହ୍ୟାକ୍‌ ହେବାର ଆଶଙ୍କା ବେଶୀ।