କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିଲେ…ଏସବୁ ଦିଗପ୍ରତି ରୁହନ୍ତୁ ସଜାଗ

ଶପିଂଠାରୁ ଆରମ୍ଭକରି ଅନ୍‌ଲାଇନ ବିଲ୍‌ ପେମେଣ୍ଟ ପର୍ଯ୍ୟନ୍ତ ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟ କ୍ରେଡିଟ୍‌ କାର୍ଡ ଦ୍ୱାରା ସହଜରେ କରିହେଉଛି। ସେଥିପାଇଁ ଅଧିକାଂଶ ମହିଳା ପାଖରେ କ୍ୟାଶ୍‌ ନ ରଖି ଏହା ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି। ହେଲେ ବ୍ୟବହାର ସମୟରେ ସାମାନ୍ୟ ଅସତର୍କତା ବି ବେଳେବେଳେ ବଡ଼ ଅସୁବିଧାର କାରଣ ସାଜୁଛି। ତେଣୁ କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଥିଲେ କେଉଁସବୁ ଦିଗ ପ୍ରତି ସଜାଗ ରହିବେ ଜାଣି ରଖନ୍ତୁ…

କେତେ ମୂଲ୍ୟ ପର୍ଯ୍ୟନ୍ତ କ୍ରେଡିଟ୍‌ କାର୍ଡ କରିବେ, କେଉଁ ବ୍ୟାଙ୍କ ବା ସଂସ୍ଥା ପକ୍ଷରୁ ଆଣିବେ, କେତେ ସୁଧ ଦେବାକୁ ପଡ଼ିବ, କାର୍ଡର ଅବଧି କେତେ ଇତ୍ୟାଦି ଭଳି ବିଭିନ୍ନ ତଥ୍ୟ କୌଣସି ଫାଇନାନ୍ସିଆଲ୍‌ ଏକ୍ସପର୍ଟଙ୍କଠାରୁ ପରାମର୍ଶ ନିଅନ୍ତୁ। ନଚେତ୍‌ ଠକାମିର ଶିକାର ହୋଇପାରନ୍ତି।
ସେହିପରି କ୍ରେଡିଟ୍‌ କାର୍ଡ ଆପ୍ଲାଏ କରିବା ସମୟରେ ମଧ୍ୟ ଫର୍ମକୁ ଭଲ ଭାବେ ପଢ଼ି ପୂରଣ କରନ୍ତୁ।
ମୋବାଇଲରେ ଆସୁଥିବା ମେସେଜ୍‌ କିମ୍ବା ଇ-ମେଲ୍‌ରେ କ୍ରେଡିଟ୍‌ କାର୍ଡର ଆକର୍ଷଣୀୟ ଅଫର ଦେଖି ତତ୍‌କ୍ଷଣାତ୍‌ ଏହାକୁ ନେବାର ନିଷ୍ପତ୍ତି ନ ନେଇ ପ୍ରଥମେ ବ୍ୟାଙ୍କ ପକ୍ଷରୁ ଭଲ ଭାବେ ଡାଟା ସଂଗ୍ରହ କରନ୍ତୁ। କାରଣ ଏଥିରେ ଅନେକ ନିୟମ ଏବଂ ସର୍ତ୍ତାବଳୀ ଲାଗୁଥାଏ, ଯାହାକି ପରବର୍ତ୍ତୀ ସମୟରେ ଆପଣଙ୍କୁ ଅସୁବିଧାରେ ପକାଇପାରେ।
ନିଜ ଆବଶ୍ୟକତା ଅନୁସାରେ କ୍ରେଡିଟ୍‌ କାର୍ଡ ନିଅନ୍ତୁ। ଅଧିକ ଅଫର କିମ୍ବା ରିଓ୍ବାର୍ଡ ପଏଣ୍ଟ ଆଦିର ଲୋଭରେ ଅଧିକ ଟଙ୍କାର କାର୍ଡ କରନ୍ତୁ ନାହିଁ। ଏହାଦ୍ୱାରା ପରବର୍ତ୍ତୀ ସମୟରେ ଆପଣଙ୍କ ଖର୍ଚ୍ଚ ବଢ଼ିପାରେ।
କ୍ରେଡିଟ୍‌ କାର୍ଡ ମିଳିବା ପରେ କାର୍ଡର ନମ୍ବର, ପିନ୍‌, ବୈଧତା, କାର୍ଡ କମ୍ପାନୀ ନମ୍ବର ଏବଂ ଏହା ସମ୍ବନ୍ଧିତ ସବୁ ଜରୁରୀ ତଥ୍ୟ ଯତ୍ନରେ ଲେଖି ରଖନ୍ତୁ ଏବଂ ଧ୍ୟାନଦିଅନ୍ତୁ ଏହା ଯେପରି ଅନ୍ୟମାନଙ୍କ ହାତରେ ନ ପଡ଼େ। ଏହାର ଫଟୋ କପି ରଖନ୍ତୁ।
କ୍ରେଡିଟ୍‌ କାର୍ଡରେ ନିଜେ ସାଇନ୍‌ କରନ୍ତୁ। ଏହାଦ୍ୱାରା ଅନ୍ୟ କେହି ଏହାର ନକଲ କରିପାରିବେ ନାହିଁ ବା ଅପବ୍ୟବହାର କରିପାରିବେ ନାହିଁ।
କ୍ରେଡିଟ୍‌ କାର୍ଡ ଟ୍ରାଞ୍ଜାକ୍‌ଶନ ଲାଗି ବ୍ୟବହାର କରୁଥିବା ପାସ୍‌ଓ୍ବାର୍ଡକୁ ଏଭଳି କରନ୍ତୁ, ଯାହାକୁ ସହଜରେ ହ୍ୟାକ୍‌ କରିହେବ ନାହିଁ। ପାସ୍‌ଓ୍ବାର୍ଡକୁ ଗୋପନ ରଖନ୍ତୁ। ଏହାକୁ ଏଣେତେଣେ ଲେଖିବାର ଭୁଲ୍‌ ଆଦୌ କରନ୍ତୁ ନାହିଁ। କ୍ରେଡିଟ୍‌ କାର୍ଡର ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାକୁ ବ୍ୟବହାର କରନ୍ତୁ। ସେହିପରି ସମୟ ମଧ୍ୟରେ ଟଙ୍କା ଶୁଝିଦେବାକୁ ଚେଷ୍ଟାକରନ୍ତୁ। ନଚେତ୍‌ ଆପଣଙ୍କୁ ଅଧିକ ସୁଧ ସହ ଜରିମାନା ବାବଦକୁ ମଧ୍ୟ ମୂଲ୍ୟ ଦେବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପଡୋଶୀ ଦେଶମାନଙ୍କରେ ୮୫ ପ୍ରତିଶତ ବଢ଼ିଯିବ କର୍କଟ ଜନିତ ମୃତ୍ୟୁ ସଂଖ୍ୟା: WHO

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଏହାର ପଡୋଶୀ ଦେଶ ମାନଙ୍କରେ ୨୦୫୦ ସୁଦ୍ଧା କର୍କଟ ଏବଂ କର୍କଟ ଜନିତ ମୃତ୍ୟୁ ସଂଖ୍ୟା ୮୫ ପ୍ରତିଶତ ବୃଦ୍ଧି ପାଇବ...

ସକାଳ ଜଳଖିଆରେ କ’ଣ ଖାଇବେ କ’ଣ ମନା ଜାଣିରଖନ୍ତୁ…

ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହା ଆମ ଶରୀର ପାଇଁ ବେଶ୍‌ ଉପକାରୀ। ପ୍ରତିଦିନ କେତେବେଳେ ବ୍ରେକ୍‌ଫାଷ୍ଟ କରିବେ...

ହାର୍ଟ ସୁସ୍ଥ ରହିବା ପାଇଁ…

ହୃତ୍‌ପିଣ୍ଡ ବା ହାର୍ଟ ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ। ହାର୍ଟର କାର୍ଯ୍ୟଧାରାରେ ଯଦି ବାଧା ସୃଷ୍ଟି ହୁଏ ତେବେ ତାହା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ...

ମହାକାଶରେ ଇସ୍ରୋର ମହତ୍ତ୍ୱପୂର୍ଣ୍ଣ ଡକିଙ୍ଗ ପରୀକ୍ଷା

ପ୍ରଶ୍ନ ହେଉଛି, ଇସ୍ରୋର ଅନ୍ତରୀକ୍ଷ ଅଭିଯାନରେ ଏହି ମହାକାଶୀୟ ଡକିଙ୍ଗ ଓ ଅନ୍‌ଡକିଙ୍ଗ ପ୍ରକ୍ରିୟାର ଆବଶ୍ୟକତା କ’ଣ? ଏଠାରେ ଦୁଇଟି ଉଦାହରଣ ଦିଆଯାଇ ପାରେ :...

ସନ୍ତୁଳିତ ଜୀବନଶୈଳୀ ଓ ଦୀର୍ଘାୟୁ ଜୀବନ

ଭାରତୀୟ ପ୍ରାଚୀନ ପରମ୍ପରା, ଐତିହ୍ୟ, ସଂସ୍କୃତି ଅତି ମହାନ୍‌। ଆମର ପୂର୍ବପିଢ଼ି ପାଖାପାଖି ଶହେ ବର୍ଷ ବଞ୍ଚତ୍ ରହୁଥିଲେ। ବୟସର ଛାପ ସେମାନଙ୍କୁ ଡେରିରେ ସ୍ପର୍ଶ...

ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଅଙ୍ଗୁର

ଆପଣ ନିଜ ରୋଗ ପ୍ରତିରୋଧକ ଶକ୍ତିକୁ ନେଇ ଚିନ୍ତିତ କି ? ଯଦି ହଁ, ତେବେ ଏହାକୁ କେତେକାଂଶରେ ଦୃଢ଼ କରିବା ପାଇଁ ନିଜର ଦୈନନ୍ଦିନ...

ଚାଇନାରେ ଛୋଟ ପିଲାଙ୍କୁ ସିଝା ଅଣ୍ଡାରେ କରାଯାଏ…

  ଜେଜେମା’ମାନେ ଶିଶୁଙ୍କୁ ତେଲ ମାଲିସ୍‌ କରୁଥିବା ଆମେ କାହିଁ କେବେଠାରୁ ଦେଖିଆସିଛୁ। ଏହାଦ୍ୱାରା ଶିଶୁଙ୍କ ମାଂସପେଶୀ ଓ ହାଡ ଶକ୍ତ ହୁଏ ବୋଲି ବିଶ୍ୱାସ...

ପନାଚିକ୍କଡ଼ ସରସ୍ବତୀ ମନ୍ଦିର : ଜାଣନ୍ତୁ କ’ଣ ରହିଛି ରହସ୍ୟମୟ କଥା

କେରଳର କୋଟ୍ଟାୟମ୍‌ ଜିଲା ଅନ୍ତର୍ଗତକ ସ୍ଥାନ ହେଉଛି ପନାଚିକ୍କଡ଼। ଏଠାରେ ବିଦ୍ୟାଦାତ୍ରୀ ଦେବୀ ସରସ୍ବତୀଙ୍କୁ ସମର୍ପିତ ଏକ ମନ୍ଦିର ରହିଛି; ଯାହା ପନାଚିକ୍କଡ଼ ସରସ୍ବତୀ ମନ୍ଦିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image