Categories: ଖେଳ

କ୍ରୋଏସିଆ ଦଳରୁ ଓହରିଲେ ସିଲିକ୍‌

ଜାଗ୍ରେବ୍‌, ୮ା୧୧(ଏଏଫ୍‌ପି)- ପୂର୍ବତନ ୟୁଏସ୍‌ ଓପନ୍‌ ବିଜେତା ମାରିନ୍‌ ସିଲିକ୍‌ କ୍ରୋଏସିଆ ଡେଭିସ୍‌ କପ୍‌ ଦଳରୁ ଓହରି ଯାଇଛନ୍ତି। ଆଣ୍ଠୁରେ ଇଞ୍ଜୁରି ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରି କ୍ରୋଏସିଆ ଚାମ୍ପିୟନ ହୋଇଥିଲା। ଏଥର ଦଳ ନଭେମ୍ବର ୧୮ରେ ମାଡ୍ରିଡ୍‌ଠାରେ ଏହାର ପ୍ରଥମ ମ୍ୟାଚ୍‌ ରୁଷିଆ ବିପକ୍ଷରେ ଖେଳିବ। ବିଶ୍ୱର ୩୯ତମ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ ସିଲିକ୍‌ ଫେସ୍‌ବୁକ୍‌ରେ ଉଲ୍ଲେଖ କରିଛନ୍ତି ଯେ, ଆଣ୍ଠୁରେ ଇଞ୍ଜୁରି ମୋ ପାଇଁ ବାରମ୍ବାର ସମସ୍ୟା ସୃଷ୍ଟିକ କରିବାରୁ ଅସ୍ତ୍ରୋପଚାର ଆବଶ୍ୟକ ପଡ଼ିଥିଲା। ମାତ୍ର ରିହାବିଲିଟେଶନ କାର୍ଯ୍ୟ ସଫଳ ହେବାରୁ ବର୍ତ୍ତମାନ ପରିସ୍ଥିତିରେ ଅସ୍ତ୍ରୋପଚାର ଦରକାର ପଡ଼ି ନ ଥିଲା। ମୁଁ ମଧ୍ୟ ଖେଳ ଜାରି ରଖିଥିଲି। ଟେନିସ୍‌ କୋର୍ଟରେ ଅଧିକ ଦିନ ତିଷ୍ଠିବା ଉଦ୍ଦେଶ୍ୟ ରଖି ମୋତେ ବେଳେବେଳେ କିଛି ପଦକ୍ଷେପ ନେବାକୁ ହେଉଛି। ଦୁର୍ଭାଗ୍ୟର ବିଷୟ, ଚଳିତ ମାସରେ ମୁଁ ଡେଭିସ୍‌ କପ୍‌ରେ ଅଂଶଗ୍ରହଣ ଲାଗି ଅସମର୍ଥ।

Share