Categories: ଜାତୀୟ

କ୍ରୋଧରେ କହିଥିଲି: ସତ୍ୟପାଲ୍‌

ଶ୍ରୀନଗର,୨୩ା୭(ପି.ଟି.)-ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ନ ମାରି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଗୁଳି କରିବା ଉଚିତ ବୋଲି ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ସୋମବାର ଏଥିପାଇଁ ଦୁଃଖପ୍ରକାଶ କରିଛନ୍ତି। କ୍ରୋଧ ଓ ନୈରାଶ୍ୟର ବଶବର୍ତ୍ତୀ ହୋଇ ସେ ଏଭଳି କହିଦେଇଥିଲେ ବୋଲି ସେ ସଫେଇ ଦେଇଛନ୍ତି। ରାଜ୍ୟରେ ଦୁର୍ନୀତି ବଢ଼ିଚାଲିଥିବାରୁ ଏଥିରେ ସେ ଅତିଷ୍ଠ ହୋଇପଡିଲେଣି। ତେବେ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ତାଙ୍କର ଏଭଳି କହିବାର ନ ଥିଲା ବୋଲି ସତ୍ୟପାଲ କହିଛନ୍ତି। ରବିବାର କାର୍ଗିଲ ଅଞ୍ଚଳରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାବେଳେ ସତ୍ୟପାଲ୍‌ କହିଥିଲେ, ଯେଉଁ ବନ୍ଧୁକଧାରୀ ଯୁବକମାନେ ନିଜ ଲୋକଙ୍କୁ ହତ୍ୟା କରୁଛନ୍ତି। ନିରୀହମାନଙ୍କୁ ନ ମାରି ଯେଉଁମାନେ କଶ୍ମୀରର ସମ୍ପତ୍ତି ଲୁଟୁଛନ୍ତି ସେମାନଙ୍କୁ ହତ୍ୟା କର ବୋଲି କହିଥିଲେ।

Share