କ୍ଲଷ୍ଟର ବୋରୱେଲକୁ ବିଜୁଳି, ମୋଟର ଲାଗୁନିଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ଚାଷୀ

ନୂଆପଡା ଅଫିସ,୬ା୮
ଆଜକୁ ଲାଗ ଲାଗ ୪ରୁ ୫ ବର୍ଷଧରି ମରୁଡି ପରିସ୍ଥିତି ଯୋଗୁ ଜିଲାର ଚାଷୀମାନେ ଘାଇଲା ହୋଇଗଲେଣି। ଅନ୍ୟପଟେ ଏଥିରୁ ରକ୍ଷା ପାଇବାକୁ ସରକାର ଚାଷୀଙ୍କୁ କ୍ଲଷ୍ଟର ଜରିଆରେ ବୋରୱେଲ ମାଧ୍ୟମରେ ଜଳ ସେଚନର ସୁବିଧା କରିବାକୁ ବ୍ୟବସ୍ଥା କରୁଛନ୍ତି । ହେଲେ ଏହି ବ୍ୟବସ୍ଥାକୁ ବିଭାଗୀୟ ଅଧିକାରୀମାନେ ଅବହେଳା କରୁଥିବାରୁ ଚାଷୀମାନେ ସୁଫଳ ପାଇପାରୁ ନ ଥିବା ଦେଖାଯାଇଛି । ସଦର ବ୍ଲକ ଗୋଡଫୁଲା ଗ୍ରାମପଞ୍ଚାୟତର ହଂସପୁରୀ ଗାଁ ଏହାର ଉଦାହରଣ ହୋଇଛି । ଚାଷୀମାନେ ସୋମବାର ନୂଆପଡା ଆସି ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଚାଷୀ ଚନ୍ଦ୍ରଭାନୁ ସାହୁ, ମୀନାଲାଲ ସାହୁ, ଭୋଲାନାଥ ସାହୁ, କୌଶିକ ସାହୁ ପ୍ରମୁଖ ପୂର୍ବାହ୍ନ ୧୧ଟାବେଳେ ଆସି ଜିଲାପାଳ ମଧ୍ୟସ୍ମିତା ସାହୁଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି । ଏହି ଗାଁରେ ଆଜକୁ ବର୍ଷକ ତଳେ ଉଠା ଜଳସେଚନ ବିଭାଗ ତରଫରୁ କ୍ଲଷ୍ଟର ବୋରୱେଲ ଖୋଲାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଏଥିରେ ବିଜୁଳି ସଂଯୋଗ କି ମୋଟର ବ୍ୟବସ୍ଥା କରାଯାଇ ନ ଥିବାରୁ ଚାଷୀମାନେ ବାର ଦୁଆର ହେଉଛନ୍ତି । ଠିକ ସମୟରେ ଏହା କରା ନ ଗଲେ ଏବର୍ଷ ମଧ୍ୟ ଏଥିରୁ ସୁଫଳ ମିଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମାନଙ୍କ ସକାଶେ ବିଭାଗ ତରଫରୁ ବୋରୱେଲ ଖନନ କରାଯାଇଥିଲା । ହେଲେ ଆଜକୁ ବର୍ଷେ ବିତିଯାଇଥିଲେ ହେଁ ବିଜୁଳି ସଂଯୋଗ କରାଯାଇ ନ ଥିବାବେଳେ ମୋଟର ମଧ୍ୟ ଯୋଗାଇ ଦିଆଯାଉନାହିଁ । ଏହାକୁ ନେଇ ଚାଷୀମାନେ ବାରମ୍ବାର ବିଭାଗକୁ ଦୌଡୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଅଭିଯୋଗ କରିଛନ୍ତି । ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ କରିବାକୁ ଜଣାଇଛନ୍ତି । ଏହା କଲେ ବର୍ତ୍ତମାନର ମରୁଡି ପରିସ୍ଥିତିରେ ଜଳ ସେଚନର ସୁବିଧା ପାଇପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନ ସ୍ଥଳରେ ପଡୁଛି ପ୍ଲାଷ୍ଟିକ: ପଦକ୍ଷେପ ପାଇଁ…

ନୂଆପଡ଼ା,୧୬।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ପର୍ଯ୍ୟଟନ ସ୍ଥଳୀ ପତୋରା ଡ୍ୟାମ୍‌ଠାରେ ସ୍ଥାନୀୟ ଯୁବ ସଂଗଠନ ଯୁବା କି ଦହାଡ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ଯବାନ

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାଣି ସିଆର୍‌ପିଏଫ୍‌ କ୍ୟାମ୍ପରେ ଶୁକ୍ରବାର ଏକ ଅଭାବନୀୟ ଘଟଣା...

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ଧାରଣା

ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର...

ଖଡ଼ିଆଳରେ ବୃଦ୍ଧି ପାଉଛି ଚୋରି: କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ଖଡ଼ିଆଳ,୧୨।୧୨(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି...

‘ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର’

ନୂଆପଡା,୧୧।୧୨(ମକାରୁ ବେମାଲ): କେନ୍ଦ୍ର ଅର୍ଥ ସେବା ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଜିଲା ଲିଡ୍‌ ବ୍ୟାଙ୍କ ପକ୍ଷରୁ ଆପଣଙ୍କ ପୁଞ୍ଜି, ଆପଣଙ୍କ ଅଧିକାର ଶୀର୍ଷକ ସଚେତନତା ଶିବିର ଆସନ୍ତା...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ

ନୂଆପଡ଼ା,୧୦।୧୨ (ମକାରୁ ବେମାଲ):କୋମନା ବ୍ଲକ୍‌ ରଜନା ପଞ୍ଚାୟତ ବେଲଗାଁଠାରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri