Categories: ଫୁରସତ

କ୍ଷଣକରେ ପ୍ରାଣୀଙ୍କର ଜୀବନ ନେଇପାରେ ଏହି ଗଛ

ପୃଥିବୀରେ ଥିବା ଜୀବଜନ୍ତୁଙ୍କ ମଧ୍ୟରେ ବ୍ଲାକ କୋବ୍ରାର ବିଷ ସବୁଠାରୁ ମାରାତ୍ମକ ବୋଲି କୁହାଯାଏ। ହେଲେ ତା’ଠାରୁ ଅଧିକ ବିଷାକ୍ତ ହେଉଛି ‘ହୋଗବିଜ’ ବା କିଲର ଟ୍ରି ନାମକ ଏକ ଘାସ(ବୈଜ୍ଞାନିକ ନାମ ‘ହେରକିଲମ୍‌ ମେଟାଗୋଜିଏନମ୍‌’)। ଗାଜର ଘାସ ପ୍ରଜାତିର ଏହି ଘାସ ମାତ୍ର କେଇ ସେକେଣ୍ଡରେ ଯେ କୌଣସି ପ୍ରାଣୀକୁ ମାରିଦେଇପାରେ। ଏହି ଘାସର ଫୁଲ ଦେଖିବାକୁ ସୁନ୍ଦର। ଏହା ନ୍ୟୁୟର୍କ, ପେନ୍‌ସିଲଭାନିଆ, ମେରିଲାଣ୍ଡ, ଓ୍ବାଶିଂଟନ୍‌ ଓ ମିଶିଗାନରେ ଦେଖାଯାଇଥାଏ। ଯଦି ଭୁଲ୍‌ବଶତଃ ଏହି ଘାସ ଦେହରେ ଲାଗିଯାଏ ତେବେ ଚମଡା ଛାଡିବାଯାଏ ତାହା କୁଣ୍ଡେଇ ହୋଇଥାଏ। ଏଥିରେ ‘ସେନ୍ସଟାଇଜିଂ ଫୁରାନୋକୋମାରିସ୍‌’ ନାମକ ଏକ ରାସାୟନିକ ପଦାର୍ଥ ରହିଥାଏ, ଯାହା ଖୁବ୍‌ ବିଷାକ୍ତ ବୋଲି ଏକ ଗବେଷଣାରୁ ଜଣାପଡିଛି। ଏହା ୧୪ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବଢିଥାଏ। ଏହାର ସଂସ୍ପର୍ଶରେ ଥରେ ଆସିଲେ ଦେହ କୁଣ୍ଡାଇ ହେବା ସହ ଦୃଷ୍ଟିଶକ୍ତି ଖୁବ୍‌ ଶୀଘ୍ର ନଷ୍ଟ ହୋଇଥାଏ। ଗବେଷକଙ୍କ କହିବା କଥା ହେଲା ଏପର୍ଯ୍ୟନ୍ତ ଏହା ପାଇଁ କୌଣସି ଔଷଧ ବାହାର କରାଯାଇନାହିଁ।

Share