Categories: ବାଣିଜ୍ୟ

କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଏଏଆଇ, ସିଆଇଆଇର ନିବେଦନ

କଲିକତା,୧୫-୫: ଫନୀ ଦ୍ୱାରା ପୁରୀ,ଖୋର୍ଦ୍ଧା,କଟକ ସମେତ ରାଜ୍ୟର ୧୪ଟି ଜିଲାର ୧୫୯ ବ୍ଳକ, ୧୮୧୬୮ ଗ୍ରାମ, ୫୨ଟି ସହରାଞ୍ଚଳ ଏବଂ ୧.୬୫ କୋଟି ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଲୋକମାନେ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ସେମାନଙ୍କୁ ରିଲିଫ ଏବଂ ଥଇଥାନ ଲାଗି ସହଯୋଗର ହାତ ବଢାଇବାକୁ ଆଲୁମିନିୟମ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଏଏଆଇ) ଏବଂ କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିସିଆଇ) ପକ୍ଷରୁ ନାଲକୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ନିବେଦନ କରିଛନ୍ତି। ସହଯୋଗ ଲାଗି ଶିଳ୍ପ ପ୍ରତିଷ୍ଠାନ,ଜନସାଧାରଣ ଏବଂ ଅନୁଷ୍ଠାନ ଆଗେଇ ଆସବାକୁ ଚାନ୍ଦ ଗୁରୁତ୍ୱାରୋପ କରିଛନ୍ତି। ଲୋକମାନେ ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫାଣ୍ଠି, ରିବିଲ୍ଡ ଓଡିଶା ପୋର୍ଟାଲ ଏବ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିପାରିବେ ବୋଲି ଚାନ୍ଦ କହିଛନ୍ତି।

Share