Categories: ବାଣିଜ୍ୟ

କ୍ଷତିଗ୍ରସ୍ତ ହେବେ ଜି-୨୦ ଦେଶ

କରୋନା ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ଦେଶ ଏବେ କଟକଣା ଜାରି କରିଛନ୍ତି। ଏହା ଦ୍ୱାରା ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି। ମୁଡିସ ଇନଭେଷ୍ଟର୍ସ ସିର୍ଭିସ ରିପୋର୍ଟ ମୁତାବକ ଜି-୨୦ ଦେଶଗୁଡିକର ଅର୍ଥ ବ୍ୟବସ୍ଥା ୨୦୨୦-୨୧ ଆର୍ଥତ୍କ ବର୍ଷର ପ୍ରଥମ ୬ ମାସରେ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଛି। ଏହି ଦେଶଗୁଡିକ ବିଶ୍ୱର ସବୁଠାରୁ ବିକଶିତ ଦେଶ ମଧ୍ୟରେ ଆସୁଛି। ଉକ୍ତ ଦେଶଗୁଡିକର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେଲେ ସାରା ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ଭାବେ ପ୍ରଭାବ ପକାଇବ ବୋଲି ରିପୋର୍ଟରେ କୁହାଯାଇଛି। ଭାରତ ମଧ୍ୟ ଏହି ଦେଶଗୁଡିକ ମଧ୍ୟରେ ରହିଛି। ସାରା ବିଶ୍ୱର ମୋଟ ଜନସଂଖ୍ୟା ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ଏହି ଦେଶଗୁଡିକରେ ବସବାସ କରିଥାନ୍ତି। ରିପୋର୍ଟରେ କୁହାଯାଇଛିଯେ, ବିଶ୍ୱ ବଜାରକୁ ଏମିତି ଝଟକା ଲାଗିଛି ଯାହା ପୂର୍ବରୁ କେବେ ଲାଗି ନ ଥିଲା। ଏହା ଦ୍ୱାରା ଚାହିଦା ଏବଂ ଯୋଗାଣ ଚେନ୍‌ ପ୍ରଭାବିତ ହୋଇଛି। ଦ୍ୱିତୀୟ ତ୍ରୈମାସରେ ଏହାର ପ୍ରଭାବ ମଧ୍ୟ ଜାରି ରହିବ ବୋଲି କୁହାଯାଉଛି। ଏହି ସମୟରେ ଆମେରିକା ଏବଂ ଫ୍ରାନ୍ସରେ ବେକାରୀ ବଢୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share