କ୍ଷତିପୂରଣ ଯୋଗାଇ ଦେବାକୁ ଜିଲାପାଳଙ୍କୁ ଦାବିପତ୍ର

ଜଳେଶ୍ୱର, ୧୩।୧୧(ଡି.ଏନ.ଏ.)-‘ବୁଲ୍‌ବୁଲ୍‌’ ଦ୍ୱାରା ପ୍ରଭାବିତ ଚାଷୀ ଓ ଜନସାଧାରଣଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ମଣନାଥ ରୋଡ଼ ସୀମାନ୍ତ ଉନ୍ନୟନ ପରିଷଦ ପକ୍ଷରୁ ବାଲେଶ୍ୱର ଜିଲାପାଳଙ୍କୁ ଏକ ଦାବିପତ୍ର ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ମଧ୍ୟରେ ଚାଷଜମିର ତଦନ୍ତ କରି ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ, ଆସନ୍ତା ରବିଋତୁ ଫସଲ ପାଇଁ ସାର ଓ ବିହନ ମାଗଣା ଯୋଗାଇ ଦେବା, ସମସ୍ତ କୃଷିଋଣ ଛାଡ କରାଯିବା ଓ ନୂତନ ଋଣ ପ୍ରଦାନ ଆଦି ଅନ୍ତର୍ଭୁକ୍ତ। ଏହି ଦାବିପତ୍ରର ଏକ ନକଲ ଜଳେଶ୍ୱର ବିଧାୟକଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଉନ୍ନୟନ ପରିଷଦ ପକ୍ଷରୁ କମଲ ଚକ୍ରବର୍ତ୍ତୀ, ରବୀନ୍ଦ୍ର ଦାସ, ତ୍ରିଲୋଚନ ଦାସ, ଜିତେନ୍ଦ୍ର ନାଥ ଦାସ, ସୁଦାମ ପାତ୍ର ଓ ସପନ ଗିରି ପ୍ରମୁଖ ଉପସ୍ଥିତ ଥିଲେ।