Posted inଖେଳ

କ୍ଷତି ଭରଣା ପାଇଁ ବିସିସିଆଇର ଯୋଜନା

ନୂଆଦିଲ୍ଲୀ, ୨୭।୪-କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରେ ବିଶ୍ୱବ୍ୟାପୀ କ୍ରିକେଟ ବାତିଲ ହୋଇଛି। ଫଳରେ ସମସ୍ତ କ୍ରିକେଟ ବୋର୍ଡ କ୍ଷତି ସହିଛନ୍ତି। ସ୍ଥିତି ସ୍ବାଭାବିକ ହେଲେ ଏହାର ଭରଣା ପାଇଁ ବିଶ୍ୱ କ୍ରିକେଟରେ ସବୁଠାରୁ ବିିତ୍ତଶାଳୀ କ୍ରିକେଟ ବୋର୍ଡ ଭାବେ ପରିଚିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିିଆଇ) ଯୋଜନା ପ୍ରସ୍ତୁତ କରୁଛି। କ୍ଷତି ସହିଥିବା କ୍ରିକେଟ ବୋର୍ଡଗୁଡ଼ିକ କିପରି ଅଧିକ ଆୟ କରିପାରିବେ ସେ ସମ୍ପର୍କରେ ବିସିସିଆଇ ଚିନ୍ତା କରୁଥିବା ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ଏପରି କରିିବା ପାଇଁ ବିସିସିଆଇ ଛୋଟ ଦଳ ଗୁଡ଼ିକ ବିପକ୍ଷରେ ଅଧିକ ଦ୍ୱିପାକ୍ଷିକ ସିରିଜ ଖେଳିବ। ଏପରି ହେଲେ ସମ୍ପୃକ୍ତ କ୍ରିକେଟ ବୋର୍ଡ ରାଜସ୍ବ ପାଇପାରିବ। ଚଳିତ ବର୍ଷ ଶେଷରେ ୨୦୨୩-୨୦୩୨ ବର୍ଷ ପାଇଁ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ(ଏଫ୍‌ଟିପି) ଚୂଡ଼ାନ୍ତ ହେବ। ପୂର୍ବଭଳି ରାଜସ୍ବ ପାଇଁ ଆଇସିସି ବିସିସିଆଇ ଉପରେ ବହୁ ପରିମାଣରେ ନିର୍ଭର କରିବ।
ଆଗାମୀ ୧୨ ମାସ ମଧ୍ୟରେ ଭାରତୀୟ କ୍ରିକେଟ ଦଳ ୪ଟି ଦେଶକୁ ଟୁର୍‌ରେ ଯିବାର ଯୋଜନା ରହିଛି। ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାରେ ୬ଟି ଏକଦିବସୀୟ ମ୍ୟାଚ, ଅଷ୍ଟ୍ରେଲିଆରେ ୪ଟେଷ୍ଟ, ଜିମ୍ବାୱେରେ ୩ ଦିନିକିଆ ଏବଂ ଦକ୍ଷିଣ ଆଫ୍ରିକାରେ ୩ଟି ଟି୨୦ ମ୍ୟାଚ ଖେଳିବ। ଏହା ବ୍ୟତୀତ ଅଷ୍ଟ୍ରେଲିଆରେ ଅକ୍ଟୋବରରେ ଟି୨୦ ବିଶ୍ୱକପ୍‌ ଅଛି। ତେବେ ଅନ୍ତର୍ଜାତୀୟ କ୍ରିକେଟ ସ୍ବାଭାବିକ ହେଲେ ଯାଇ ଏହା ସମ୍ଭବ ହୋଇପାରିବ। ଆଇସିସି କିନ୍ତୁ ଟି୨୦ ବିଶ୍ୱକପ ବାତିଲ କରିବା ପୂର୍ବରୁ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି। ତେବେ ଏହି ମେଗା ଇଭେଣ୍ଟ ଆୟୋଜନ ସମ୍ଭାବନା ଅତ୍ୟନ୍ତ କ୍ଷୀଣ ବୋଲି ସେ କହିଛନ୍ତି। ଅକ୍ଟୋବରରେ ବିଶ୍ୱକପ ହେଲେ ୮ଟି ଭେନ୍ୟୁ ଆବଶ୍ୟକ ହେବ। ଏଥିରେ ୧୬ଟି ଦଳ ଭାଗ ନେବାକୁ ଥିବାରୁ ସେହି ଦେଶର ସରକାର ଦଳ ଗୁଡ଼ିକୁ ବିଦେଶ ଯିବାପାଇଁ ଅନୁମତି ଦେବେ କି ନାହିଁ ତାହା ଏକ ପ୍ରଶ୍ନ। ଆସନ୍ତା ଡିସେମ୍ବରରେ ଭାରତ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଅଷ୍ଟ୍ରେଲିଆ ଗୋଟିଏ ଭେନ୍ୟୁରେ କରିବା ପାଇଁ ଚିନ୍ତା କରୁଛି। ଏପରିସ୍ଥଳେ ତା’ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବରରେ କିପରି ୮ଟି ଭେନ୍ୟୁ ପ୍ରସ୍ତୁତ କରିପାରିବ ବୋଲି ଉକ୍ତ କର୍ମକର୍ତ୍ତା ଜଣକ ପ୍ରଶ୍ନ ଉଠାଇଛନ୍ତି। ବିସିସିଆଇ ପାଇଁ ଟି୨୦ ବିଶ୍ୱକପ୍‌ କିିମ୍ବା ଏସିଆ କପ୍‌ ମୁଖ୍ୟ ନୁହେଁ। ୨୦୨୦-୨୧ ସିଜନରେ ଭାରତୀୟ ବୋର୍ଡ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରୁ ୨୫୦୦ କୋଟି ଏବଂ ଦ୍ୱିପାକ୍ଷିକ କ୍ରିକେଟରୁ ୯୫୦ କୋଟି ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖିଥିଲା। ଆଇସିସି ରାଜସ୍ବରୁ ଏହାର ଅଂଶ ବାବଦରେ ୩୮୦ କୋଟି (୮ବର୍ଷରେ ୪୦୫ମିଲିୟନ ଡଲାର) ଟଙ୍କା ଅର୍ଜନ କରିବ।
ଚଳିତ ୮ ବର୍ଷିଆ ଏଫ୍‌ଟିପି ଅନୁସାରେ ଇଂଲଣ୍ଡ କ୍ରିକେଟ ବୋର୍ଡ ଆଇସିସିଠାରୁ ୧୩୯ ମିଲିୟନ ଡଲାର ପାଇବ। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଓ ବାଂଲାଦେଶ କ୍ରିକେଟ ବୋର୍ଡ ୧୨୮ ମିଲିୟନ ଡଲାର ଲେଖାଏ ଏବଂ ଜିମ୍ବାୱେ ବୋର୍ଡ ୯୪ ମିଲିୟନ ଡଲାର ପାଇବ। ବିସିସିଆଇକୁ ମିଶାଇ ଏହି ସମସ୍ତ କ୍ରିକେଟ ବୋର୍ଡ ୬୦ରୁ ୯୦ କୋଟି ଟଙ୍କା ଲେଖାଏ ଟି୨୦ ବିଶ୍ୱକପ୍‌ରୁ ପାଇବେ। ମାତ୍ର ପ୍ରସାରଣକାରୀ ସଂସ୍ଥା ଷ୍ଟାର ସହିତ ହୋଇଥିବା ଚୁକ୍ତି ଅନୁସାରେ ବିସିସିଆଇ ଗୋଟିଏ ଘରୋଇ ମ୍ୟାଚରୁ ୬୦ କୋଟି ଟଙ୍କା ପାଇବ। ତେଣୁ ବିସିସିଆଇ ଅଳ୍ପ ସମୟ ମଧ୍ୟରେ କେବଳ ବିଦେଶରେ ସିରିଜ ନ ଖେଳି କିିଛି ଘରୋଇ ମ୍ୟାଚ ମଧ୍ୟ ଆୟୋଜନ କରି ଅନ୍ୟ ବୋର୍ଡ ଗୁଡ଼ିକର କ୍ଷତି ଭରଣା କରିବାକୁ ଯୋଜନା ରଖିଛି। ଆଇପିଏଲ୍‌ ଆୟୋଜନ ହେଲେ କେବଳ ବିସିସିଆଇ ନୁହେଁ ସମସ୍ତ ବୋର୍ଡ ଲାଭବାନ ହୋଇଥାନ୍ତି। କାରଣ ସେମାନେ ସେମାନଙ୍କ ଖେଳାଳିଙ୍କୁ ଅନୁମତି ଦେବା(ରିଲିଜ୍‌ ଫି’) ବାବଦରେ ସେମାନେ ଆୟ କରୁଥିବା ଅର୍ଥର ୨୦ ପ୍ରତିଶତ ପାଇଥାନ୍ତି। ଯଦି ଆଇପିଏଲ୍‌ର ୧୩ତମ ସଂସ୍କରଣ ବାତିଲ ହୁଏ ତେବେ ବିଦେଶୀ ଖେଳାଳିମାନେ ପାଖାପାଖି ୨୪୦ କୋଟି ଟଙ୍କା ହରାଇବେ। ସେହି ଅନୁସାରେ ସେମାନଙ୍କ ବୋର୍ଡ ମଧ୍ୟ ଆର୍ଥିକ କ୍ଷତି ସହିବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2025 ପାଇଁ ନୂଆ ଜର୍ସି ଲଞ୍ଚ୍‌ କଲା ଆରସିବି, ଜାଣନ୍ତୁ କେଉଁଠାରୁ କିଣିପାରିବେ ପ୍ରଶଂସକ

ନୂଆଦିଲ୍ଲୀ,୧୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ ୨୨ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏବେ ଧୀରେ ଧୀରେ...

ଚାମ୍ପିୟନ୍ସ ଟ୍ରଫି ପରେ ICC ରାଙ୍କିଙ୍ଗରେ ଭାରତୀୟଙ୍କୁ ବମ୍ପର ଫାଇଦା: ଏହି ସବୁ ଖେଳାଳିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୧।୩: ୨୦୨୫ ଚାମ୍ପିୟନ୍ସ ଟ୍ରଫି ପରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ନୂତନ ରାଙ୍କିଙ୍ଗ ପ୍ରକାଶ କରିଛି। ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍‌ରେ...

‘ମୋତେ ସମ୍ମାନ ମିଳିଲା ନାହିଁ’, Champions Trophy ପରେ ଦୁଃଖ ବଖାଣିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୧୧।୩: ଚାମ୍ପିୟନ୍ସ ଟ୍ରଫି-୨୦୨୫ ଜିତିଥିବା ଭାରତୀୟ ଦଳର ଅଂଶ ଥିବା ଶ୍ରେୟସ ଆୟର ଏବେ ତାଙ୍କ ଯନ୍ତ୍ରଣା ବଖାଣିଛନ୍ତି। ଆୟର ମିଡଲ ଅର୍ଡରରେ ଚମତ୍କାର ବ୍ୟାଟିଂ...

କହୁ କହୁ ଭାବୁକ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ୮ ବର୍ଷ ପରେ ପୂରଣ ହେଲା ସ୍ବପ୍ନ

ନୂଆଦିଲ୍ଲୀ,୧୧।୩: ଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫିର ତୃତୀୟ ଟାଇଟଲ ଜିତିଛି। ଏହି ବିଜୟ ପରେ ଷ୍ଟାର...

ତେଜିଲା ବିବାଦ: ଆଇସିସି ନିକଟରେ ପ୍ରତିବାଦ କରିବ ପିସିବି

ଲାହୋର,୧୧।୩: ଆଇସିସି ଚାମ୍ପିୟନ୍ସ ଟ୍ରଫିର ଉଦ୍‌ଯାପନୀ ଉତ୍ସବରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ସିଇଓ ଏବଂ ଟୁର୍ନାମେଣ୍ଟ ଡାଇରେକ୍ଟର ସୁମେର ଅହମ୍ମଦ ସୟଦଙ୍କୁ ଅଣଦେଖା କରାଯାଇଥିଲା।...

IPL ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌକୁ ବଡ଼ ଝଟକା: ୧୧ କୋଟି ଟଙ୍କାରେ ଆସିଥିବା ଖେଳାଳି ଦଳରୁ ବାଦ୍‌!

ନୂଆଦିଲ୍ଲୀ,୧୧।୩: ଚାମ୍ପିୟନ୍ସ ଟ୍ରଫି ପରେ ଏବେ ପ୍ରଶଂସକମାନେ ଆଇପିଏଲ ୨୦୨୫ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଯାହା ୨୨ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି।...

ଭାରତୀୟ କୁସ୍ତିଯୋଦ୍ଧାଙ୍କ ପାଇଁ ଖୁସି ଖବର! WFI ଉପରେ ଲାଗିଥିବା ପ୍ରତିବନ୍ଧକ ହଟିଲା

ନୂଆଦିଲ୍ଲୀ,୧୧।୩: ଭାରତୀୟ କ୍ରୀଡା ମନ୍ତ୍ରଣାଳୟ ମଙ୍ଗଳବାର ଭାରତୀୟ କୁସ୍ତି ମହାସଂଘ (WFI) ଉପରେ ଲଗାଯାଇଥିବା ନିଲମ୍ବନକୁ ପ୍ରତ୍ୟାହାର କରିନେଇଛି। ଏହି ନିଷ୍ପତ୍ତି ଘରୋଇ କୁସ୍ତି ପ୍ରତିଯୋଗିତା...

ଚାମ୍ପିୟନ୍ସ ଟ୍ରଫି ପରେ ଆସିଲା ଚମକାଇବା ଭଳି ଖବର, ପତ୍ନୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ,୧୧।୩: ନିକଟରେ କେତେଜଣ ଭାରତୀୟ କ୍ରିକେଟରଙ୍କ ଜୀବନରେ ଝଡ଼ ଦେଖାଦେଇଥିଲା, ଯେତେବେଳେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛାଡପତ୍ର ହୋଇଥିଲା। ସେହି ସମୟରେ ସ୍ପିନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri