କ୍ଷତି ସହୁଛନ୍ତି ଦୁଗ୍ଧ ଚାଷୀ

ବାହାନଗା, ୧୭ା୫(ଡି.ଏନ.ଏ.)-ଲକ୍‌ଡାଉନ ଯୋଗୁ ପୂର୍ବଭଳି ଦୁଗ୍ଧ ବିକ୍ରି ହେଉ ନ ଥିବାରୁ ବାଲେଶ୍ୱର ଜିଲା ବାହାନଗା ବ୍ଲକର ଦୁଗ୍ଧ ଚାଷୀମାନେ କ୍ଷତି ସହୁଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା କରୁ ନ ଥିବା, ହାତ ସାନିଟାଇଜେଶନ କରୁ ନ ଥିବା ଓ ମାସ୍କ ପିନ୍ଧୁ ନ ଥିବା ଭଳି ମିଥ୍ୟା ଆରୋପ ଲଗାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ବାଲେଶ୍ୱର ଭଦ୍ରକ ଜିଲା ସମବାୟ ଦୁଗ୍ଦ ଉପତ୍ାଦକ ସଂଘ ଲିଃ ଅଧୀନ ବାହାନଗା ବ୍ଲକରେ ଥିବା ଗୋପାଳପୁର ଦୁଗ୍ଧ ଉପତ୍ାଦକ ମହିଳା ସମବାୟ ସମିତି ଲିଃ ବ୍ଲକର ୧୩ ଦୁଗ୍ଧ ଉପତ୍ାଦକ ମହିଳା ସମବାୟ ସମିତି ମାଧ୍ୟମରେ ଲକଡାଉନ୍‌ ପୂର୍ବରୁ ଚାଷୀଙ୍କଠାରୁ ୨ହଜାର ଲିଟର ଦୁଗ୍ଧ ସଂଗ୍ରହ କରୁଥିଲା। ଏବେ ୧୩ଟି ସମିତିରୁ ୧ ହଜାର ଲିଟର ଦୁଗ୍ଧ କମାଇ ଚାଷୀଙ୍କଠାରୁ କିଣାଯାଉଛି। ଫଳରେ ଚାଷୀମାନେ ନାହିଁ ନ ଥିବା କ୍ଷତି ସହୁଛନ୍ତି। ଏନେଇ ୧୩ ଦୁଗ୍ଧ ଉପତ୍ାଦକ ମହିଳା ସମବାୟ ସମିତିର ଚାଷୀମାନେ ଏକାଠି ହୋଇ ସେମାନଙ୍କ ସମସ୍ୟା ଗୋପାଳପୁର ସମିତି କାର୍ଯ୍ୟାଳୟରେ ଜଣାଇଛନ୍ତି। ଗୋପାଳପୁର ସମବାୟ ଦୁଗ୍ଦ ଉପତ୍ାଦକ ସଂଘ ଲିଃ ପକ୍ଷରୁ ୫ ହଜାର ଲିଟର ଦୁଗ୍ଧ ଶୀତଳୀକରଣ ପାଇଁ ମେଶିନ ସ୍ଥାପନ କରାଯାଇଥିବାରୁ ବଳକା ୧ ହଜାର ଲିଟର କ୍ଷୀର କିଣିବା ପାଇଁ ଚାଷୀ ସୃଷ୍ଟି ମହାକୁଡ, ନରହରି ତ୍ରିପାଠୀ, ରବୀନ୍ଦ୍ର ମହାନ୍ତି, କଳ୍ପନା ବେହେରା, ଲକ୍ଷ୍ମଣ କୁମାର ପରିଡା, ସୁନୀଲ ମହାପାତ୍ର, ମହେଶ୍ୱର ମହାପାତ୍ର, ଗଙ୍ଗାଧର ବେହେରା ପ୍ରମୁଖ ଦାବି କରିଛନ୍ତି।