Categories: ଜାତୀୟ

କ୍ଷମତା ନିଶାରେ ଧାରା ୩୭୦କୁ ହଟାଇଛି ଭାଜପା: ଗୁଲାମ୍‌ ନବୀ ଆଜାଦ୍‌

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ହଟାଇବା ନେଇ କଂଗ୍ରେସର ବରିଷ୍ଠ ନେତା ଗୁଳାମ୍‌ ନବୀ ଆଜାଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। କ୍ଷମତା ନିଶାରେ ଭାଜପା ଏଭଳି କରିଥିବା ଗୁଲାମ୍‌ ନବୀ ଅଭିଯୋଗ କରିଛନ୍ତି। ଏହାଦ୍ୱାରା ଗଣତନ୍ତ୍ର ତଥା ସାମ୍ବିଧାନିକ ବ୍ୟବସ୍ଥାର ହତ୍ୟା ହୋଇଥିବା ସେ କହିଛନ୍ତି। ଏଭଳି କରି ଭାଜପା ସରକାର ଭାରତର ମୁଣ୍ଡ ବୋଲାଉଥିବା କଶ୍ମୀରକୁ କାଟି ଦେଇଛନ୍ତି। ଅପରପକ୍ଷରେ ଜମ୍ମୁ-କଶ୍ମୀରଠାରୁ ଲଦାଖକୁ ଅଲଗା କରି ମୋଦି ସରକାର ଭାରତ ବିଭାଜନ କରିଥିବା ଗୁଲାମ୍‌ ନବୀ ଅଭିଯୋଗ କରିଛନ୍ତି।

Share