Categories: ଜାତୀୟ

କ୍ଷମତା ପାଇଁ ଫଳାଫଳ ଘୋଷଣା ପୂର୍ବରୁ ଅଙ୍କକଷା: ୨୦୦୪ ଏବଂ ୨୦୦୯ରେ ଏକ୍‌ଜିଟ୍‌ ପୋଲ୍‌ ହୋଇଥିଲା ଭୁଲ୍‌

ନୂଆଦିଲ୍ଲୀ,୨୨।୫: ଲୋକ ସଭା ନିର୍ବାଚନ ଫଳାଫଳ ମେ ୨୩ରେ ଘୋଷଣା କରାଯିବ। ତେବେ ଏହା ପୂର୍ବରୁ ଏକ୍‌ଜିଟ୍‌ ପୋଲ୍‌ ନେଇ ଆରମ୍ଭ ହୋଇଛି ନାନା କଳ୍ପନା ଜଳ୍ପନା। କେନ୍ଦ୍ରରେ କ୍ଷମତା ଦଖଲ ପାଇଁ ଫଳାଫଳ ଘୋଷଣା ପୂର୍ବରୁ ଆରମ୍ଭ ହୋଇଛି ଅଙ୍କକଷା। ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟରେ ଏନେଇ ଉତ୍ସବ ଆରମ୍ଭ ହୋଇଥିବାବେଳେ ବିରୋଧୀ ଦଳ ଏହାକୁ ମାନିବାକୁ ଅମଙ୍ଗ। ଦେଶର ରାଜନୈତିକ ଇତିହାସକୁ ଦେଖିଲେ ଜଣାଯାଏ ଯେ, ଏକ୍‌ଜିଟ୍‌ ପୋଲ୍‌ କେତେକ ସମୟରେ ଭୁଲ୍‌ ମଧ୍ୟ ପ୍ରମାଣିତ ହୋଇଛି। ୨୦୦୪ରେ ଭାଜପା କେନ୍ଦ୍ରରେ ଶାସନ ଡୋର ଧରିବ ବୋଲି ଏକ୍‌ଜିଟ୍‌ ପୋଲ୍‌ ଆଧାରରେ କୁହାଯାଉଥିଲା। ତେବେ ସମସ୍ତ କଳ୍ପନାଜଳ୍ପନାକୁ ଶେଷ କରି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଗଠନ କରିଥିଲା। ଏକ୍‌ଜିଟ୍‌ ପୋଲ ଗଣିତ ଭୁଲ୍‌ ହୋଇଥିଲା। ସେହିପରି ୨୦୦୯ରେ ୟୁପିଏ ମେଣ୍ଟ ଏବଂ ବିରୋଧୀଙ୍କ ମଧ୍ୟରେ କମ୍‌ ଆସନର ପାର୍ଥକ୍ୟ ରହିବ ବୋଲି ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟରେ ଦର୍ଶାଯାଇଥିଲା। ତେବେ ଏହା ଭୁଲ୍‌ ପ୍ରମାଣିତ ହୋଇଥିଲା। କେନ୍ଦ୍ରରେ ୟୁପିଏ ମେଣ୍ଟ କ୍ଷମତା ଦଖଲ କରିଥିଲା। ଏକ୍‌ଜିଟ୍‌ କମ୍‌ ସଂଖ୍ୟକ ଭୋଟରଙ୍କ ମତାମତ ଆଧାରରେ ପ୍ରସ୍ତୁତ କରାଯାଇଥାଏ। ତେଣୁ ଏହାର ଠିକ୍‌ ହେବା ସମ୍ଭାବନା ଶତପ୍ରତିଶତ ହୋଇପାରି ନ ଥାଏ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି।

Share