ନୂଆଦିଲ୍ଲୀ,୨୧।୧: ତାମିଲ ସୁପରଷ୍ଟାର ତଥା ରାଜନେତା ରଜନୀକାନ୍ତ ଇଭି ରାମସାମୀ ପେରିୟରଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ତାଙ୍କ ନାଁରେ ଅଭିଯୋଗ ମଧ୍ୟ ହୋଇଛି। ହେଲେ ଏହାକୁ ନେଇ ରଜନୀକାନ୍ତ ଦୁଃଖ ପ୍ରକାଶ କରି ନାହାନ୍ତି। ଏହାସହ ସେ କ୍ଷମା ମାଗିବେ ନାହିଁ ବୋଲି ମଧ୍ୟ କହିଛନ୍ତି। ଏହି ବିବାଦକୁ ନେଇ ଡିଏମ୍କେ ଅଧ୍ୟକ୍ଷ ଏମ୍କେ ଷ୍ଟାଲିନ କହିଛନ୍ତି, ରଜନୀକାନ୍ତ ମୋର ବନ୍ଧୁ ସେ ଅଭିନେତା, ରାଜନେତା ନୁହେଁ। ହେଲେ ପେରିୟରଙ୍କ ବିଷୟରେ କିଛି କହିବା ପୂର୍ବରୁ ସେ ବୁଝି ବିଚାରି କହିବା ଉଚିତ୍।