କ୍ଷୀର ତୁଳନାରେ ଗୋମୂତ୍ରରେ ରହିଛି ଅଧିକ ପୋଷକ ତତ୍ତ୍ୱ

ଇନ୍ଦୋର,୮।୨: ମଧ୍ୟପ୍ରଦେଶ ଜୁନାଗଡ଼ସ୍ଥିତ କୃଷି ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି। ଗାଈ କ୍ଷୀର ତୁଳନାରେ ଗୋମୂତ୍ରରେ ଅଧିକ ପୋଷକ ତତ୍ତ୍ୱ ରହିଛି। କ୍ଷୀରରେ ୫୧୦୦ ପୋଷକ ତତ୍ତ୍ୱ ଥିବାବେଳେ ଗୋମୂତ୍ରରେ ୫୬୦୦ ପୋଷକ ତତ୍ତ୍ୱ ରହିଛି। ଗୋବର ଏବଂ ଗୋମୂତ୍ରରୁ ହେଉଥିବା ଆୟ କ୍ଷୀର ବିକ୍ରି କରି ହେଉଥିବା ଆୟ ତୁଳନାରେ ୧୦ ଗୁଣା ଅଧିକ ବୋଲି ଜୈବିକ ଚାଷ ବିଶେଷଜ୍ଞ ରମେଶ ଭାଇ ରୁପାରେଲିୟା ସୂଚନା ଦେଇଛନ୍ତି। ଗାଈ ପାଳନ କରୁଥିବା ଲୋକେ ଜୈବିକ ଚାଷକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଜୈବିକ ସାର ପ୍ରୟୋଗ କରି ହେଉଥିବା ଖାଦ୍ୟଶସ୍ୟରେ ଅଧିକ ପରିମାଣର ସ୍ବାସ୍ଥ୍ୟ ଉପଯୋଗୀ ପୋଷକ ତତ୍ତ୍ୱ ରହିଥାଏ। ଏସବୁ ଖାଦ୍ୟଶସ୍ୟ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦୂର କରିବାକୁ ସକ୍ଷମ ହୋଇଥାଏ ବୋଲି ସେ କହିଛନ୍ତି।

Share