କ୍ଷୀର ପିଇବା ପୂର୍ବରୁ ଏସବୁ ଖାଇବା ମନା

କ୍ଷୀରରେ ବିଭିନ୍ନ ପ୍ରକାର ପୌଷ୍ଟିକ ଆହାର, ଭିଟାମିନ୍‌ ଏବଂ ମିନେରାଲ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କିନ୍ତୁ କ୍ଷୀର ପିଇବା ପୂର୍ବରୁ ଏମିତି କିଛି ଖାଦ୍ୟ ପାନୀୟ ରହିଛି, ଯାହାକୁ ସେବନ କଲେ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ଜାଣନ୍ତୁ ଏ ସମ୍ପର୍କରେ…
ଲୁଣ:
ଲୁଣ ଖାଇବା ପରେ କ୍ଷୀର ଆଦୌ ପିଇବା ଉଚିତ୍‌ ନୁହେଁ। ଏହା ଶରୀର ପ୍ରତି ହାନିକାରକ।
ବିରି:
କ୍ଷୀର ପିଇବା ପୂର୍ବରୁ ବିରି ଡାଲି ଖାଇବା ଅନୁଚିତ। କାରଣ ଏହାକୁ ଖାଇଲେ ବିଭିନ୍ନ ପେଟ ଜନିତ ସମସ୍ୟା ଦେଖା ଦେଇଥାଏ।
ଖଟାଫଳ:
ସେଟ୍ରିକ୍‌ ଏସିଡ୍‌ ଯୁକ୍ତ ଖଟା ଫଳ ଖାଇବା ପରେ କ୍ଷୀର ପିଇବା ହାନିକାରକ।
ଆମିଷଯୁକ୍ତ ଖାଦ୍ୟ:
ଆମିଷଯୁକ୍ତ ଖାଦ୍ୟ ଖାଇ କ୍ଷୀର ପିଇବା ଅନୁଚିତ। ବିଶେଷକରି ମାଛ ଖାଇ କ୍ଷୀର ଆଦୌ ପିଇବା ଉଚିତ୍‌ ନୁହେଁ। ଏହାଦ୍ୱାରାପାଚନକ୍ରିୟା ପ୍ରଭାବିତ ହୋଇଥାଏ। ଅନ୍ତତଃ ମାଛ ଖାଇବାର ଦୁଇ ଘଣ୍ଟା ପରେ କ୍ଷୀର ପିଇବା ଉଚିତ୍‌।