Categories: ବାଣିଜ୍ୟ

କ୍ଷୁଦ୍ର ଡିଜିଟାଲ ନେଣଦେଣ ପାଇଁ ଆର୍‌ବିଆଇର ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ,୨୫-୧୨: କ୍ଷୁଦ୍ର ଡିଜିଟାଲ ନେଣଦେଣ ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା ଆରମ୍ଭ ହୋଇଛି। ସାମଗ୍ରୀ ଓ ସେବା କ୍ରୟ ଲାଗି ନୂଆ ସେମି କ୍ଲୋଜଡ ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ(ପିପିଆଇ) ଆସିଥିବା ବେଳେ ଏହାର ନେଣଦେଣ ସୀମା ୧୦ ହଜାର ଟଙ୍କା ରହିଛି। କେବଳ ବ୍ୟାଙ୍କ ଆକାଉଣ୍ଟରୁ ଏହି ଇନଷ୍ଟ୍ରୁମେଣ୍ଟରେ ଅର୍ଥ ଲୋଡିଂ ଲାଗି ଲିଙ୍କ୍‌ କରାଯାଇ ପାରିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। ଚଳିତ ମାସରେ ମୁଦ୍ରା ନୀତି ସମୀକ୍ଷା ବେଳେ ଏଭଳି ଏକ ଟୁଲ୍‌ ଆଣିବା ନେଇ ରିଜର୍ଭ ବ୍ୟାଙ୍କ କହିଥିଲା। କ୍ଷୁଦ୍ର ଡିଜିଟାଲ ପେମେଣ୍ଟର ପ୍ରୋତ୍ସାହନ ଏବଂ ୟୁଜର ଅଭିଜ୍ଞତାକୁ ଉନ୍ନତ କରିବା ଲାଗି ଏଭଳି ଏକ ପଦକ୍ଷେପ ନିଆଯାଇଥିବା ଆର୍‌ବିଆଇ କହିଛି। ଏହି ଟୁଲ୍‌କୁ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନମାନେ ପ୍ରଦାନ କରିପାରିବେ। ପିପିଆଇ ନେବାକୁ ଇଛୁକ ଥିବା ବ୍ୟକ୍ତି ବିଶେଷଙ୍କୁ ମୋବାଇଲ ନମ୍ବର ସହ ଆଉ କିଛି ଆବଶ୍ୟକ କାଗଜପତ୍ର ଦେବାକୁ ପଡିବ।

Share