କ୍ଷେତ୍ର ପରିଦର୍ଶନ କଲା ଏକ୍ସପର୍ଟ କମିଟି

ବଲାଙ୍ଗୀର ଅଫିସ,୨୨ା୧୦
ଓଡିଶା ସରକାରଙ୍କ ଏକ ଏକ୍ସପର୍ଟ ଟିମ୍‌ ସୋମବାର ବଲାଙ୍ଗୀର ଜିଲା ଗସ୍ତ କରି ଜିଲାର ବିଭିନ୍ନ ଗଁା ବୁଲି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟ ତଦାରଖ କରିଛନ୍ତି ା ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକର ଉତ୍କୃଷ୍ଟ କାର୍ଯ୍ୟାନ୍ବୟନ ଏବଂ ସାର୍ବଜନିକ ସେବା ଯୋଗାଣରେ ବଲାଙ୍ଗୀର ଜିଲା ପ୍ରଶାସନ ଉନ୍ନତ ପ୍ରଦର୍ଶନ କରିଥିବାରୁ ଏହି ଟିମ୍‌ ଜିଲା ଗସ୍ତ କରିିଛି ା ଏହି କମିଟି ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ୍‌ ସକାଶେ କେତୋଟି ନିର୍ଦ୍ଦିଷ୍ଟ ଜିଲା ଗସ୍ତ କରି ରିପୋର୍ଟ ସଂଗ୍ରହ କରୁଥିବା ଜଣାପଡିଛି ା ଏକ୍ସପର୍ଟ କମିଟି ଅଧ୍ୟକ୍ଷ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ଡ ଆର. ଏନ.୍‌ ବହିଦାର, ସଦସ୍ୟ ପ୍ରଫେସର ଓ. ଏସ୍‌. ପେପିନ୍‌, ସଦସ୍ୟ ଆବାହକ ଓଏସ୍‌ଡି ଏନ୍‌ .କେ. ସେଠୀ ଏବଂ ଏସକର୍ଟ ଅଫିସର ବି .ମଲ୍ଲିକ ବଲାଙ୍ଗୀର ଗସ୍ତ କରିଥିଲେ ା ଏହି ଟିମ୍‌ ଦେଓଗଁା ବ୍ଳକର ସାଗରପାଲି, ସଇଁତଲା ବ୍ଳକର କନ୍ଧକେଲଗଁା ଗ୍ରାମ ପଞ୍ଚାୟତର ବିଭିନ୍ନ ଗଁା ବୁଲି ଦେଖିଥିଲେ ା ବିଶେଷକରି ଆବାସ୍‌ ଯୋଜନାର ଉପଲବ୍ଧିିକୁ ନେଇ ବଲାଙ୍ଗୀର ଜିଲା ପ୍ରଶାସନ ରାଷ୍ଟ୍ରୀୟ ସ୍ତରରେ ସୁନାମ ଅର୍ଜନ କରିଥିବାରୁ ଏହି ବିଷୟକୁ ଅଧିକ ଗୁରୁତ୍ୱ ଦେଇଥିଲେ ା କିଭଳି ଭାବେ ବଲାଙ୍ଗୀର ଜିଲାରେ ଭିତ୍ତିଭୂମି ସଂରଚନାରେ ଜିଲା ଅଗ୍ରଣୀ ଭୂମିକା ନିର୍ବାହ କରିଛି ଓ ହିତାଧିକାରୀମାନେ କମ୍‌ ସମୟ ମଧ୍ୟରେ ସୁଫଳ ପାଇଲେ ସେ ନେଇ ହିତାଧିକାରୀ ଓ ଗ୍ରାମବାସୀଙ୍କ ସହ ଟିମ୍‌ ସଦସ୍ୟମାନେ ଆଲୋଚନା କରିଥିଲେ ା ଏହା ସହିତ ଅନ୍ୟାନ୍ୟ ଯୋଜନାର ସଫଳତାକୁ ନେଇ ଲୋକଙ୍କୁ ପ୍ରଶ୍ନ କରିଥିଲେ ା ବିଭିନ୍ନ ହିତାଧିକାରୀମାନେ ଆବାସ ଯୋଜନାରେ କିଭଳି ସରକାରଙ୍କ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ତିଆରି ପୁରସ୍କାର ଲାଭ କରିଛନ୍ତି କହିଥିଲେ ା ନୀତି ଆୟୋଗ ରେଟିଂରେ ବଲାଙ୍ଗୀର ଜିଲା ଭିତ୍ତିଭୂମି ସଂରଚନା କ୍ଷେତ୍ରରେ ଅଗ୍ରଣୀ ହୋଇଥିବାରୁ ଏହା ଏବେ ଜାତୀୟସ୍ତରରେ ପ୍ରଶଂସାଭାଜନ ହୋଇପାରିଛି ା ଏହି ଏକ୍ସପର୍ଟ କମିଟି ସଦସ୍ୟଙ୍କ ସହ ବଲାଙ୍ଗୀର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଡ.ମହେଶ୍ୱର ସ୍ବାଇଁ ଓ ଅନ୍ୟ ଅଧିକାରୀ ଉପସ୍ଥ୍‌ିତ ଥିଲେ ା ଯୋଜନା କାର୍ଯ୍ୟାନ୍ବୟନ କ୍ଷେତ୍ରରେ ସଫଳତା ଲାଭ କରିଥିତ୍ବା ଜିଲାକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯିବା ନେଇ ଏହି ଏକ୍ସପର୍ଟ ଟିମ୍‌ ତୃଣମୂଳସ୍ତରରୁ ରିପୋର୍ଟ ସଂଗ୍ରହ କରୁଥିତ୍ବା ଜଣାପଡିଛି ା

Share