Categories: ଖେଳ

କ୍ୟାଚ୍‌ ନେବାରେ ଷ୍ଟୋକ୍ସଙ୍କ ରେକର୍ଡ

କେପ୍‌ ଟାଉନ,୫।୧୨(ଏଏଫ୍‌ପି)- କ୍ୟାଚ୍‌ ନେବାରେ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ନିଜ ଦେଶ ପାଇଁ ରେକର୍ଡ ସୃଷ୍ଟି କରିଛନ୍ତି। ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଚାଲିଥିବା ଦକ୍ଷିଣ ଆଫ୍ରକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିବସରେ ପ୍ରଥମ ଇନିଂସରେ ଜେମ୍ସ ଆଣ୍ଡରସନଙ୍କ ବଲ୍‌ରେ ଦ୍ୱିତୀୟ ସ୍ଲିପ୍‌ରେ ଅନଚିଚ ନୋର୍ଜଙ୍କ କ୍ୟାଚ୍‌ ନେଇ ଗୋଟିଏ ଇନିଂସରେ ସର୍ବାଧିକ ୫ଟି କ୍ୟାଚ୍‌ ଧରିଛନ୍ତି। ଟେଷ୍ଟରେ ଗୋଟିଏ ଇନିଂସରେ ସେ ସର୍ବାଧିକ ୫ଟି କ୍ୟାଚ୍‌ ଧରିବାରେ ବିଶ୍ୱ ଟେଷ୍ଟ ରେକର୍ଡର ମଧ୍ୟ ସମକକ୍ଷ ହୋଇଛନ୍ତି।
ଇଂଲଣ୍ଡ ଖେଳିଥିବା ଗତ ୧୦୧୯ ଟେଷ୍ଟ ମ୍ୟାଚ୍‌ରେ ୨୩ଥର କୌଣସି ଖେଳାଳି ଗୋଟିଏ ଇନିଂସରେ ୪ଟି କ୍ୟାଚ୍‌ ନେବାର ରେକର୍ଡ ରହିଛି। ଗତବର୍ଷ ଲଡର୍‌ସରେ ଅନୁଷ୍ଠିତ ଆୟର୍ଲାଣ୍ଡ ବିପକ୍ଷ ଟେଷ୍ଟର ଗୋଟିଏ ଇନିଂସରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ ୪ଟି କ୍ୟାଚ୍‌ ନେଇଥିଲେ। ପୂର୍ବରୁ ଗୋଟିଏ ଇନିଂସରେ ୧୧ଥର ବିଶ୍ୱର ବିଭିନ୍ନ ଖେଳାଳି ୫ଟି କ୍ୟାଚ୍‌ ଧରିବାର ରେକର୍ଡ ରହିଛି। ଶେଷଥର ପାଇଁ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ୨୦୧୭/୧୮ରେ ନ୍ୟୁଲାଣ୍ଡ୍ସରେ ଗୋଟିଏ ଇନିଂସରେ ୫ ଉଇକେଟ ହାସଲ କରିଥିଲେ।

Share