କ୍ୟାଟ୍ରିନାଙ୍କୁ ଶ୍ରମିକ କହିଲେ ହ୍ରିତିକ

ମୁମ୍ବାଇ: ବଲିଉଡ୍‌ର ସେକ୍ସି କୁଇନ୍‌ କ୍ୟାଟ୍ରିନା କୈଫଙ୍କୁ ଅଭିନେତା ହ୍ରିତିକ ରୋଶନ ଶ୍ରମିକ କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ସେ କାହିଁକି କ୍ୟାଟ୍ରିନାଙ୍କୁ ଶ୍ରମିକ ବୋଲି କହିଲେ ତା’ର ମଧ୍ୟ ଉତ୍ତର ରଖିଛନ୍ତି। ହ୍ରିତିକ କହିଛନ୍ତି କ୍ୟାଟ୍ରିନା ବୋଲ୍ଡ ତଥା ବିୟୁଟି ଅଭିନେତ୍ରୀ। ହେଲେ ଭିତରୁ ସେ ଜଣେ ଶ୍ରମିକ। କାରଣ ସବୁବେଳେ ସେ କାମ କରିବାକୁ ଭଲପାଆନ୍ତି। ପରିଶ୍ରମରେ ସେ କେବେ ଅବହେଳା କରନ୍ତି ନାହିଁ ବୋଲି ହ୍ରିତିକ କହିଛନ୍ତି। ହେଲେ କ୍ୟାଟ୍ରିନା ଏହାକୁ ଭୁଲ୍‌ ଅର୍ଥରେ ନେଇଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି ଏହା ସେ କ୍ୟାଟ୍ରିନାଙ୍କ ଭଲ ପାଇଁ କହିଛନ୍ତି। ତେଣୁ ତାକୁ ଭୁଲ୍‌ ଅର୍ଥରେ ନେବା ଠିକ୍‌ ନୁହେଁ।

Share