କ୍ୟାଟ୍ରିନା ଏବେ ବୁଲିବୁଲି ଫିଟ୍ନେସ ମନ୍ତ୍ର ବାଣ୍ଟୁଛନ୍ତି। କେବଳ ସେତିକି ନୁହେଁ, ନିଜ ଫିଗରକୁ ଆହୁରି ଆଟ୍ରାକ୍ଟିଭ କରିବାକୁ ସେ ଜିମ୍ରେ ଅଧିକ ସମୟ କଟାଇବା ସହ ଡାଏଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି। ଏ ସମ୍ପର୍କରେ କ୍ୟାଟ୍ରିନା କହନ୍ତି, ‘ଆକ୍ଟିଂ ପାଇଁ ନିଜ ଫିଟ୍ନେସକୁ ମୁଁ ସବୁବେଳେ ଗୁରୁତ୍ୱ ଦେଇଥାଏ। ତେଣୁ ଖୁବ୍ଶୀଘ୍ର ମୋର ୨-୩ଟି ସିନେମାର ଶୁଟିଂ ଆରମ୍ଭ ହେବ। ତେଣୁ ଏଥିପାଇଁ ନିଜ ଫିଟ୍ନେସ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ପଡୁଛି। ଅକ୍ଷୟ କୁମାର-କ୍ୟାଟ୍ରିନା ଅଭିନୀତ ତଥା ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ ଚଳିତବର୍ଷ ମାର୍ଚ୍ଚ ୨୩ରେ ରିଲିଜ ହେବାକୁ ଯାଉଛି। ତା’ ସହ ସେ ନିକଟରେ ଏକ ହରର ଫିଲ୍ମ ସାଇନ୍ କରିଛନ୍ତି।