କ୍ୟାଟ୍ରିନାଙ୍କ ଶାଢ଼ିପିନ୍ଧା ଫଟୋ ଦେଖି ଏମିତି କ୍ୟାପଶନ୍‌ ଲେଖିଲେ ଭାଇଜାନ୍‌

ଆଉ ୪ ଦିନ ପରେ ‘ଭାରତ’ ଫିଲ୍ମ ରିଲିଜ ହେବ। ଦର୍ଶକ ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। କାରଣ କ୍ୟାଟ୍ରିନା ଆଉ ଭାଇଜାନ୍‌ଙ୍କ ଫିଲ୍ମକୁ ମିସ୍‌ କରିବାକୁ ବିଲ୍‌କୁଲ୍‌ ଚାହୁଁନାହାନ୍ତି। ଏପଟେ ଫିଲ୍ମର ପ୍ରମୋଶନରେ କେହି କାହାକୁ କମ୍‌ ନୁହଁନ୍ତି। ଦୁଇଜଣ ସୋସିଆଲ ମିଡିଆରେ ବିଭିନ୍ନ ଫଟୋ ପୋଷ୍ଟ କରିବାରେ ବ୍ୟସ୍ତ। ଏହି ଫିଲ୍ମର ଅଧିକାଂଶ ସିନ୍‌ରେ କ୍ୟାଟ୍ରିନା ଶାଢ଼ି ପିନ୍ଧିଥିବାର ଦେଖିବାକୁ ମିଳିବ। କ୍ୟାଟ୍ରିନାଙ୍କ ଶାଢ଼ି ପିନ୍ଧା ଫଟୋକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଶାଢ଼ିରେ କ୍ୟାଟ୍‌ ପୂରା ବିୟୁଟି ଆଣ୍ଡ୍‌ ହଟ୍‌ ଲାଗୁଛନ୍ତି। କ୍ୟାଟ୍‌ଙ୍କ ଶାଢ଼ିପିନ୍ଧା ଫଟୋ ଦେଖି  ଭାଇଜାନ୍‌ ବି ନଜର ହଟାଉ ନାହାନ୍ତି। ଏକଥା ସୋସିଆଲ ମିଡିଆରେ ଭାଇଜାନ୍‌ କରିଥିବା ଟୁଇଟ୍‌ରୁ ଜଣାପଡୁଛି। ଫଟୋରେ କ୍ୟାଟ୍ରିନା-ଭାଇଜାନ୍‌ ଏକ ଶିଡ଼ିରେ ଠିଆ ହୋଇଛନ୍ତି। ଅରେଞ୍ଜ କଲର ଶାଢ଼ି ପିନ୍ଧି କ୍ୟାଟ୍‌ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ଭାଇଜାନ୍‌ କ୍ୟାଟ୍‌ଙ୍କ ଏହି ରୂପ ଦେଖି ନଜର ହଟେଇ ପାରୁନାହାନ୍ତି। ଏହି ଫଟୋରେ ଭାଇଜାନ ଏକ କ୍ୟାପଶନ ବି ଲେଖିଛନ୍ତି, ଭାରତ ପ୍ରମୋଶନର ଶାଢ଼ି, ଶିଡ଼ି ଏବଂ ଝିଅ। ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

Share