Categories: ଖେଳ

କ୍ୟାଟ୍ରିନା କୈଫଙ୍କ ହୃଦୟରେ ଅଛନ୍ତି ଏହି କ୍ରିକେଟର୍‌

ବଲିଉଡ୍‌ ଏବଂ କ୍ରିକେଟ ମଧ୍ୟରେ ସମ୍ପର୍କ ବହୁ ପୁରୁଣା। ଅନେକ ସମୟରେ ବଲିଉଡ ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ପ୍ରେମ ସମ୍ପର୍କ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚା ହୋଇଥାଏ। ବଲିଉଡରେ ଅଭିନେତ୍ରୀଙ୍କୁ ନିଜ ପ୍ରିୟ କ୍ରିକେଟରଙ୍କ ବିଷୟରେ ପଚାରିଲେ ଅଧିକାଂଶ ବିରାଟ କୋହଲି, ରୋହିତ ଶର୍ମା ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି କ୍ରିକେଟ ତାରକାଙ୍କ ନାଁ ଆସେ। କିନ୍ତୁ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଅନ୍ୟ ଅଭିନେତ୍ରୀଙ୍କଠାରୁ ଟିକେ ଅଲଗା। କ୍ୟାଟ୍ରିନା କୈଫଙ୍କ ଦିଲ୍‌ରେ ରାଜ କରୁଥିବା କ୍ରିକେଟର ଜଣଙ୍କ ହେଉଛନ୍ତି ଦ ଓ୍ବାଲ୍‌ ନାମରେ ପରିଚିତ ରାହୁଲ ଦ୍ରାଭିଡ। ଏକ ସାକ୍ଷାତକାରରେ ସେ ଏହା ଖୁଲାସା କରିଥିଲେ। ରାହୁଲ ଜଣେ ପରଫେକ୍ଟ ଜେଣ୍ଟେଲମ୍ୟାନ ବୋଲି ସେ କହିଛନ୍ତି।

Share