ପ୍ରତିଦିନ ସକାଳେ ଗ୍ଲାସେ ଉଷୁମ ପାଣି ସହିତ ୭ଟି ଗୋଲମରିଚ ଚୋବାଇ ଖାଇଲେ ଅନେକ ରୋଗରୁ ରକ୍ଷା ମିଳିଥାଏ । ନିୟମିତ ଏପରି କଲେ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଯୋଗୁ କ୍ୟାନସରରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଗୋଲମରିଚରେ ପ୍ରୋଟିନ୍ ରହିଥାଏ । ଏହାଦ୍ୱାରା ମାଂସପେଶୀ ମଜଭୁତ ହୁଏ । ଗୋଲମରିଚ ଚୋବାଇ ଖାଇଲେ ଶରୀରରେ ମେଟାବୋଲିଜିମ ପ୍ରକ୍ରିୟା ସ୍ବାଭାବିକ ହୋଇଥାଏ। ଏହା ଓଜନ କମାଇବାରେ ମଧ୍ୟ ସହାୟକ ହୁଏ। ଗୋଲମରିଚ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦିଏ ବୋଲି ଆୟୁର୍ବେଦରେ ସୂଚିତ ହୋଇଛି।