Advertisement

କ୍ୟାନସରରୁ ରକ୍ଷା କରେ ସୋରିଷ ଶାଗ

ସୋରିଷ ଶାଗ ଅନେକଙ୍କର ପ୍ରିୟ। ଏହି ସ୍ବାଦିଷ୍ଟ ବ୍ୟଞ୍ଜନରେ ପୋଷକ ତତ୍ତ୍ୱ ଭରପୂର୍‌ ମାତ୍ରାରେ ଥାଏ, ଯାହା ଶରୀରକୁ ଅନେକ ପ୍ରକାର ରୋଗରୁ ରକ୍ଷାକରେ। ଏଥିରେ ଥିବା ପ୍ରୋଟିନ୍‌, ପଟାସିୟମ୍‌, ଭିଟାମିନ୍‌, ମ୍ୟାଗ୍ନେସିୟମ ଏବଂ ନ୍ୟୁଟ୍ରିସନ୍‌ କ୍ୟାନସର୍‌ ଭଳି ରୋଗର ବି ନିଦାନ କରିଥାଏ। ଏହି ଶାଗରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ, ଯାହା ଶରୀରକୁ ଡିଟକ୍ସିଫାଇ କରି ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ। ଏହାର ସେବନ ଦ୍ୱାରା ଶରୀରକୁ ୬ ପ୍ରକାରର(ବ୍ଲାଡର୍‌, ପେଟ, ସ୍ତନ, ଫୁସ୍‌ଫୁସ୍‌, ପ୍ରୋଷ୍ଟେଟ୍‌ ଏବଂ ଓଭାରୀ) କ୍ୟାନସର୍‌ରୁ ରକ୍ଷା ମିଳିଥାଏ। କାରଣ ଏଥିରେ ଥିବା ବିଭିନ୍ନ ପ୍ରକାର ଜରୁରୀ ପୋଷକତ୍ବ କ୍ୟାନସର୍‌ କୋଷିକାକୁ ନଷ୍ଟ କରିବାରେ ସାହାଯ୍ୟ କରିଥାନ୍ତି। ଏହି ଶାଗରେ ଭିଟାମିନ୍‌ ‘ଏ’ ପ୍ରଚୁର ପରିମାଣରେ ଥିବାରୁ ଏହା ଦୃଷ୍ଟିଶକ୍ତି ପ୍ରଖର କରେ। ସୋରିଷ ଶାଗ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟୋରଲ୍‌ ସ୍ତର ହ୍ରାସ ପାଇଥାଏ। ଯାହାଦ୍ୱାରା ହାର୍ଟଆଟାକ୍‌, ହାଇପର୍‌ ଟେନସନ୍‌ ଏବଂ ହୃତ୍‌ପିଣ୍ଡ ସମ୍ବନ୍ଧିତ ଅନ୍ୟ ଗମ୍ଭୀର ରୋଗର ଆଶଙ୍କା ନ ଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel