କ୍ୟାନସର୍‌ ଆଶଙ୍କା ହ୍ରାସ କରିବ ସାଇକେଲିଂ

ମହଙ୍ଗା ବାଇକ୍‌ ଏବଂ ବିଳାସପୂର୍ଣ୍ଣ କାର୍‌ ସବୁବେଳେ ଷ୍ଟାଟସ୍‌ ସିମ୍ବଲ ହୋଇରହିଛି। କିନ୍ତୁ ଏବେ ସ୍ବାସ୍ଥ୍ୟ ପ୍ରତି ସଚେତନ ଲୋକଙ୍କ ମଧ୍ୟରେ ସାଇକେଲ୍‌ର ଚାହିଦା ତୀବ୍ର ବେଗରେ ବଢ଼ିଚାଲିଛି। ଅଧିକ ସଂଖ୍ୟକ ଲୋକେ ନିଜକୁ ଫିଟ୍‌ ରଖିବାକୁ ସାଇକେଲ୍‌ ଚଲାଇବାକୁ ପସନ୍ଦ କରୁଛନ୍ତି। ଏହା ସବୁଠୁ ଉତ୍ତମ ବ୍ୟାୟାମ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ସାଇକେଲିଂ କରିବା ଦ୍ୱାରା ମଣିଷ କେବଳ ସୁସ୍ଥ ଏବଂ ସତେଜ ରହେନାହଁି ବରଂ କ୍ୟାନସର୍‌ ଭଳି ଆହୁରି ଅନେକ ମାରାମତ୍କ ରୋଗରୁ ବି ରକ୍ଷା ପାଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି, ସାଇକେଲ୍‌ ଚଲାଇବା ଦ୍ୱାରା ହୃଦ୍‌ରୋଗ ଜନିତ ସମସ୍ୟା ୪୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ। ଏହାସହ କ୍ୟାନସର୍‌ ଭଳି ଗମ୍ଭୀର ରୋଗରୁ ମଧ୍ୟ ବର୍ତ୍ତିବାର ଉପାୟ ମିଳିଯାଏ। ନିୟମିତ ରୂପରେ ସାଇକେଲ୍‌ ଚଲାଇଲେ କ୍ୟାନସର୍‌ ଆଶଙ୍କା ୪୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଏ। ଗବେଷଣାରେ ୨ ଲକ୍ଷ ୬୪ ହଜାର ୩୭୭ ଜଣ ଲୋକଙ୍କୁ ସାମିଲ କରାଯାଇ ତଥ୍ୟ ହାସଲ ହୋଇଛି। ଗବେଷଣାରେ ଏମାନଙ୍କ ଓଜନ ହ୍ରାସ କରିବା ପାଇଁ ସାଇକେଲ୍‌ ଚଲାଇବାକୁ ଦିଆଯାଇଥିଲା। ସପ୍ତାହକ ମଧ୍ୟରେ ଅତିକମ୍‌ରେ ୨ ହଜାର କ୍ୟାଲୋରୀ ବର୍ଣ୍ଣ କରିବାର ଥିଲା। ଆଶ୍ଚର୍ଯ୍ୟ ହେବେ, ନିୟମିତ ରୂପରେ ସାଇକେଲ୍‌ ଚଲାଇବା ଦ୍ୱାରା ପ୍ରତି ଘଣ୍ଟାରେ ୩୦୦ କ୍ୟାଲୋରୀ ବର୍ଣ୍ଣ ହୋଇଥିଲା। ଯେତେ ଅଧିକ ସାଇକେଲ ଚଲାଇବେ ସେତେ କ୍ୟାଲୋରୀ ବର୍ଣ୍ଣ ହେବ ଏବଂ ଆପଣ ଫିଟ୍‌ ରହିବେ।