କ୍ୟାନସର୍‌ ପୀଡ଼ିତ ସ୍ତ୍ରୀଙ୍କ ସହ ଫଟୋଶୁଟ୍‌ କରି ଚର୍ଚ୍ଚାରେ ସ୍ବାମୀ

କୁହାଯାଏ, ବିବାହ ବନ୍ଧନ ସାତ ଜନ୍ମ ପାଇଁ ହୋଇଥାଏ। କିନ୍ତୁ ଆଜିକାଲି ଗୋଟିଏ ଜନ୍ମ ସୁଖଶାନ୍ତିରେ କାଟିବା ଦମ୍ପତ୍ତିଙ୍କ ପାଇଁ କଷ୍ଟକର ହୋଇପଡିଛି। ମାତ୍ର ଲଣ୍ଡନର ଜଣେ ଦମ୍ପତ୍ତି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। କେଲ୍ସ ଜନସନ୍‌ ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ଚାର୍ଲିି ସ୍ତନ କର୍କଟରେ ପୀଡିତ ଅଛନ୍ତି। ଚାର୍ଲିି ଏବେ କେମୋଥେରାପି ନେଉଛନ୍ତି। ଏହାଦ୍ୱାରା ତାଙ୍କ କେଶ ମଧ୍ୟ ଉପୁଡି ଯାଇଛି। ଏହି ସମୟରେ ତାଙ୍କ ବାକି କେଶକୁ ସୁନ୍ଦର ଭାବେ କାଟି ଏକ ଫଟୋଶୁଟର ଆୟୋଜନ କରିଛନ୍ତି ସ୍ବାମୀ କେଲ୍ସ। ଏହି ଫଟୋଶୁଟ୍‌ରେ ସ୍ତ୍ରୀଙ୍କ ସହ ସେ ନିଜେ କାନ୍ଦିପକାଇଛନ୍ତି। ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ଏହାକୁ ପସନ୍ଦ କରିଛନ୍ତି। ଅନ୍ୟ ଦମ୍ପତ୍ତିଙ୍କ ପାଇଁ ଏହା ଉଦାହରଣ ବୋଲି ଅନେକେ କହିଛନ୍ତି।

Share