Categories: ଜାତୀୟ

କ୍ୟାନସର୍‌ ରୋଗୀଙ୍କ ପାଇଁ କେଶ ଦାନ କଲେ ମହିଳା ପୋଲିସ ଅଫିସର

ତ୍ରିସୁର,୨୭।୯:କେରଳର ତ୍ରିସୁର ଜିଲାରେ ଜଣେ ପୋଲିସ ଅଫିସର ଅପର୍ଣ୍ଣା ଲଭକୁମାର କ୍ୟାନସର ରୋଗୀଙ୍କ ପାଇଁ ନିଜ କେଶ ଦାନ କରିଦେଇଛନ୍ତି। ଏଭଳି ମହତ୍‌ କାର୍ଯ୍ୟ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଲୋକେ ପ୍ରଶଂସା କରୁଛନ୍ତି। ଏନେଇ ସେ କହିଛନ୍ତି, ମୁଁ କୌଣସି ବଡ କାମ କରିନାହିଁ। ମୋ କେଶ କିଛିଦିନ ପରେ ଉଠିଯିବ। ତେଣୁ ଏହାକୁ ନେଇ ଏତେ ପ୍ରଶଂସା କରାଯିବା ଉଚିତ୍‌ ନୁହେଁ। ଯେଉଁମାନେ ଅନ୍ୟ ପାଇଁ ନିଜ ଅଙ୍ଗ ଦାନ କରିଦେଉଛନ୍ତି ସେମାନେ ହିଁ କେବଳ ପ୍ରଶଂସାର ହକଦାର। ଥରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ କ୍ୟାନସର ପୀଡିତାଙ୍କ ଭେଟିଥିଲି। ତାଙ୍କ ମୁଣ୍ଡରେ କେଶ ନ ଥିବା ଦେଖି ମୋତେ ଏତେ କଷ୍ଟ ହୋଇଥିଲା ଯେ, ଏଭଳି ରୋଗୀଙ୍କ ପାଇଁ କିଛି କରିବାକୁ ସେଦିନଠାରୁ ନିଷ୍ପତ୍ତି ନେଇଥିଲି ବୋଲି କହନ୍ତି ଅପର୍ଣ୍ଣା।

Share