Advertisement

କ୍ୟାନସର୍‌ ସହ ଲଢ଼ିବ ଖଜୁରୀ

ଏସିଆ ମହାଦେଶର ଅଧିକାଂଶ ସ୍ଥାନରେ ଖଜୁରୀ ଗଛ ପ୍ରଚୁର ମାତ୍ରାରେ ଦେଖାଯାଏ। ଏବେ ଏକ ଗବେଷଣାରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ଏହି ଖଜୁରୀରେ ମହଜୁଦ୍‌ ଜରୁରୀ ତତ୍ତ୍ୱ କ୍ୟାନସର୍‌ ନାଶ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗବେଷଣାରୁ ଜଣାପଡ଼ିଛି, ଖଜୁରୀ ଫୁସ୍‌ଫୁସ୍‌, ସ୍ତନ ଏବଂ ପ୍ରୋଷ୍ଟେଟ୍‌ କ୍ୟାନସର୍‌ ନାଶ କରିବାରେ ସାହାଯ୍ୟ କରିବ। ଖଜୁରୀ ସେବନ ଦ୍ୱାରା କ୍ୟାନସର୍‌ କାରକ ଟ୍ୟୁମର୍‌ରେ ପ୍ରଭାବ ପକାଇଥାଏ। ଯଦ୍ୱାରା ତାହା କ୍ଷତିଗ୍ରସ୍ତ ହୋଇଯାଏ। ଏହାକୁ ଅନିଦ୍ରା ଦୂର କରିବା ଏବଂ ଭୋକ ବଢ଼ାଇବା ପାଇଁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଏ। ଏହି ଗବେଷଣା ସମ୍ପର୍କିତ ବିସ୍ତୃତ ତଥ୍ୟ ଫୁଡ୍‌ ଆଣ୍ଡ୍‌ ଫଙ୍କସନ୍‌ ପତ୍ରିକାରେ ପ୍ରକାଶିତ ହୋଇଛି। ଏହି ଗବେଷଣା ରୟାଲ୍‌ ସୋସାଇଟି ଅଫ୍‌ କେମିଷ୍ଟ୍ରିରେ କରାଯାଇଛି। ଲ୍ୟାବ୍‌ରେ ହୋଇଥିବା ଗବେଷଣାରେ କ୍ୟାନସର୍‌ କୋଷିକାର ସାମ୍ନା ଖଜୁରୀ ସହ ହେବା ଦ୍ୱାରା କ୍ୟାନସର୍‌ କାରକ ଟ୍ୟୁମର୍‌ ଉପରେ ପ୍ରଭାବ ପକାଇଥିବା ଦେଖାଯାଇଥିଲା। କିଛି ଦିନ ମଧ୍ୟରେ ଏହା ଆପଣାଛାଏଁ ନଷ୍ଟ ହୋଇଯାଇଥିଲା। ତେବେ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ସନ୍ଧାନ ଲଗାଇ ପାରିନାହାନ୍ତି, ଖଜୁରୀ କ୍ୟାନସର୍‌କୁ ରୋକିବାରେ ନା କ୍ୟାନସର୍‌ କାରକ ଟ୍ୟୁମର୍‌କୁ ଠିକ୍‌ କରିବାରେ ସାହାଯ୍ୟ କରୁଛି। ଏହା ଉପରେ ସେମାନେ ଅଧିକ ଗବେଷଣା ଜାରି ରଖିଛନ୍ତି। ଖଜୁରୀରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହା ଶରୀରକୁ ମାରାମତ୍କ ରୋଗରୁ ରକ୍ଷାକରିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟ ହୋଇଥାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel