କ୍ୟାନସର ହସ୍ପିଟାଲର ୧୮ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ

ନୂଆଦିଲ୍ଲୀ,୭।୪: ରାଜଧାନୀ ଦିଲ୍ଲୀରେ ଥିବା ଦିଲ୍ଲୀ ଷ୍ଟେଟ କ୍ୟାନସର ଇନଷ୍ଟିଚ୍ୟୁଟ(ଡିଏସ୍‌ସିଆଇ)କୁ ସୋମବାର ସିଲ୍‌ କରି ଦିଆଯାଇଛି। ସେଠାରେ ୧୮ ସ୍ବାସ୍ଥ୍ୟକର୍ମୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିବା ପରେ ଏହି ପଦକ୍ଷେପ ନିଆଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ଡାକ୍ତର ଓ ୧୬ ନର୍ସ ରହିଛନ୍ତି। ଏହାସହ ହସ୍ପିଟାଲର ନିର୍ଦ୍ଦେଶକଙ୍କ ସମତେ ଆଉ ୫୦ଜଣ କର୍ମଚାରୀଙ୍କୁ ସେଲ୍ଫ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।

Share