କ୍ୟାନସ୍‌ର ଫ୍ରି ହେବା ପରେ ନୂଆ ଥେରାପିର ଏକ ଭିଡିଓ ଶେୟାର କଲେ ସୋନାଲି

ମୁମ୍ବାଇ,୧୧।୬: ୨୦୧୮ରେ ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସ୍‌ର ରୋଗରେ ପୀଡ଼ିତ ହେବା ପରେ ଚିକିତ୍ସା ପାଇଁ ଆମେରିକାକୁ ଚାଲିଯାଇଥିଲେ। ସେଠାରେ ରହି ତାଙ୍କର ପୁରା ଚିକିତ୍ସା କରାଇଥିଲେ। ଏହାରି ଭିତରେ ସେ ଜୀବନର ବହୁ ସଂଘର୍ଷ ଭିତରେ ଗତି କରିଛନ୍ତି। ହେଲେ ଏବେ ସୋନାଲି ସୁସ୍ଥ ହୋଇ ଫେରି ମୁମ୍ବାଇରେ ନିଜ ପରିବାରଙ୍କ ସହ ରହୁଛନ୍ତି। ସୋନାଲି କ୍ୟାନସ୍‌ର ଟ୍ରିଟମେଣ୍ଟ ସହ ଜଡ଼ିତ ଥିବା ନିଜର ଅନୁଭୂତିକୁ ବହୁ ଥର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏବେ ପୁଣି ସେ ତାଙ୍କର ଏକ ନୂଆ ଆକ୍ୱାଥେରାପି ସେଶନର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସୋନାଲି ପାଣି ଭିତରେ ଏକ୍ସସାଇଜ୍‌ କରୁଥିବା ଦେଖିବାକୁ ମିଳିଛି। ପାଣି ଭିତରେ ଏକ୍ସସାଇଜ୍‌ କରିବା ବହୁ କଠିନ ହୋଇଥାଏ। ହେଲେ ନର୍ମାଲ କଣ୍ଡିସନ୍‌ରେ ଏହାକୁ କରିବା ବହୁ ସହଜ ଥିଲା। ସୋନାଲି ଭିଡିଓ ଶେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, ‘ଚେତାବନୀ: ଯେତିକି ଦେଖିବାରେ ଏହା ସହଜ ଲାଗୁଛି ସେତିକି ସହଜ ନୁହେଁ’। ଏହି ନୂଆ ଆକ୍ୱାଥେରାପି ଟ୍ରେନିଂ ସେଶନ ବହୁତ କଷ୍ଟକର କିନ୍ତୁ ଯଦି ସେ ନର୍ମାଲ କଣ୍ଡିସନରେ ଥାନ୍ତେ ତା’ହେଲେ ଏହାକୁ କରିବା ବହୁ ସହଜ ହୋଇଥାନ୍ତା ବୋଲି ସୋନାଲି କହିଛନ୍ତି।

Share