Advertisement

କ୍ୟାନ୍‌ସରରୁ ରକ୍ଷା କରିବ ତୁଳସୀ ପତ୍ର

ତୁଳସୀ ଗଛ ଯେତିକି ପବିତ୍ର ଏହାର ମଧ୍ୟ ପତ୍ର ସ୍ବାସ୍ଥ୍ୟ ପାଇଁ ସେତିକି ଲାଭଦାୟକ। ଖାଲିପେଟରେ ତୁଳସୀ ପତ୍ର ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଆଣ୍ଟି ଫଙ୍ଗଲ, ଆଣ୍ଟି ଅକ୍ସିଡାଣ୍ଟ ସହ ଅନେକ ପୋଷକତତ୍ତ୍ୱ ଭରପୂର ରହିଥାଏ, ଯାହା ଥଣ୍ଡା, ଜ୍ୱରକୁ ଭଲ କରିବାରେ ସହାୟକ ହୋଇଥାଏ। ଏହା କ୍ୟାନ୍‌ସରରୁ ମଧ୍ୟ ରକ୍ଷା କରିଥାଏ।

ଉପକାରିତା:
ଥଣ୍ଡା ଜ୍ୱର ପାଇଁ: ତୁଳସୀରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଥାଏ, ଯାହାକି ଥଣ୍ଡା, ଜ୍ୱରକୁ କମ୍‌ କରିବାରେ ସାହାୟକ ହୋଇଥାଏ। ଏଥିସହ ତଣ୍ଟି ଦରଜ ଏବଂ ଜଳାପୋଡ଼ା ମଧ୍ୟ କମ୍‌ କରିଥାଏ। ପ୍ରତିଦିନ ସକାଳୁ ଖାଲିପେଟରେ ତୁଳସୀ ପତ୍ର ଖାଇବା ଦ୍ୱାରା ଉପଶମ ମିଳିଥାଏ।

ହଜମ ଠିକ୍‌ ହୁଏ: ତୁଳସୀରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି ଫଙ୍ଗଲ ଗୁଣ ସମସ୍ତ ପ୍ରକାର ପେଟ ରୋଗ ସମସ୍ୟାକୁ ଦୂର କରିଥାଏ। ଏଥିସହ ଖାଦ୍ୟକୁ ଠିକ୍‌ ଭାବେ ହଜମ ମଧ୍ୟ କରିଥାଏ।

କ୍ୟାନ୍‌ସରରୁ ରକ୍ଷା: ପ୍ରତିଦିନ ସକାଳୁ ଖାଲିପେଟରେ ତୁଳସୀ ପତ୍ର ଖାଇବା ଦ୍ୱାରା କ୍ୟାନ୍‌ସର ହେବାର ଆଶଙ୍କା କମ୍‌ ଥାଏ। ଏହା ରକ୍ତ ଚାପ ଠିକ୍‌ ରଖିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel