Advertisement

କ୍ୟାନ୍‌ସର ଓ ମସଲାଯୁକ୍ତ ଖାଦ୍ୟ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚିନ୍ତାର କାରଣ ସାଜିଥିବା କେତେକ ପ୍ରମୁଖ ରୋଗ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। ଅବଶ୍ୟ ଏବେ କେତେକ କ୍ୟାନ୍‌ସରକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରି ତାହାର ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇପାରୁଛି। ତେବେ ଏହାଠାରୁ ଦୂରେଇ ରହିବାର ଏକ ସରଳ ଉପାୟ ନିକଟରେ କାଲିଫର୍ନିଆ ୟୁନିଭର୍ସିଟିର କ୍ୟାନସର ବିଶେଷଜ୍ଞମାନେ ଖୋଜି ପାଇଛନ୍ତି। ସଦ୍ୟ ସମାପିତ ଗବେଷଣାରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ମସଲାଯୁକ୍ତ ଖାଦ୍ୟ ଖାଉଛନ୍ତି ତେବେ ସେ ନିଜକୁ କ୍ୟାନସରଠାରୁ କେତେକାଂଶରେ ଦୂରେଇ ରଖିପାରିବେ। ପରୀକ୍ଷାମୂଳକ ଭାବରେ ଏପରି ଉକ୍ତି ପଛରେ ସତ୍ୟତା ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ଗବେଷଣା ସମୟରେ ଏହାର ପରିସରଭୁକ୍ତ କିଛି ବ୍ୟକ୍ତିଙ୍କଠାରେ (ଯେଉଁମାନେ ପ୍ରାୟ ମସଲାଯୁକ୍ତ ଖାଦ୍ୟ ଖାଉଥିଲେ) କ୍ୟାନ୍‌ସର ଲକ୍ଷଣ ଅଛି କି ନାହିଁ ତାହା ତର୍ଜମା କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତିଙ୍କଠାରେ କ୍ୟାନ୍‌ସର ଲକ୍ଷଣ ଦେଖିବାକୁ ମିଳି ନ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share