କ୍ୟାନ୍‌ସର ଚିହ୍ନଟ କରିବ ସ୍ମାର୍ଟଫୋନ୍‌

ବର୍ତ୍ତମାନ ଚିକିତ୍ସା ବିଜ୍ଞାନରେ ପ୍ରମୁଖ ରୋଗଗୁଡିକ ମଧ୍ୟରୁ କ୍ୟାନ୍‌ସର ଅନ୍ୟତମ। କେତେକ କ୍ଷେତ୍ରରେ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ ହେବା ଦ୍ୱାରା କେତେକ କ୍ୟାନ୍‌ସରରୁ ଆରୋଗ୍ୟ ମିଳିପାରୁଛି। ହେଲେ ଏହା ଗୁରୁତର ଅବସ୍ଥାକୁ ଚାଲି ଯାଇଥିଲେ ତାହା ଜୀବନନାଶକ ହୋଇଥାଏ। ତେବେ ଏହାକୁ କିପରି ପ୍ରାରମ୍ଭରୁ ଚିହ୍ନଟ କରିହେବ ସେ ନେଇ କତେକ ଉପାୟ ତ ରହିଛି। ହେଲେ ଏହି ଚିହ୍ନଟ ପ୍ରକ୍ରିୟାକୁ ଆହୁରି ସରଳ କରିବା ପାଇଁ ଚେଷ୍ଟା ଚାଲିଛି। ଏ କ୍ଷେତ୍ରରେ ନିକଟରେ ସଫଳ ହୋଇଛନ୍ତି ଆମେରିକାସ୍ଥିତ ମାସାଚୁଚେଟସ ଜେନେରାଲ ହସ୍‌ପିଟାଲର କ୍ୟାନସର ବିଜ୍ଞାନୀମାନେ। ସେମାନେ ଏପରି ଏକ ଅତ୍ୟାଧୁନିକ ଉପକରଣ ପ୍ରସ୍ତୁତ କରିଛନ୍ତି, ଯାହାକୁ ସ୍ମାର୍ଟ ଫୋନ୍‌ରେ ସଂଯୋଗ କରି କ୍ୟାନ୍‌ସରକୁ ଚିହ୍ନଟ କରିହେବ। ଉକ୍ତ ବ୍ୟାଟେରିଚାଳିତ ଏବଂ ଏଲଇଡି ଲାଇଟଯୁକ୍ତ ଇମେଜିଂ ଉପକରଣକୁ ‘ଡି-୩’ (ଡିଜିଟାଲ ଡିଫେକ୍ସନ ଡାଏଗ୍ନୋସିସ୍‌) ନାମରେ ନାମିତ କରାଯାଇଛି। ଏହାକୁ ସ୍ମାର୍ଟଫୋନ୍‌ରେ ସଂଯୋଗ କରିବା ପରେ ସ୍ମାର୍ଟଫୋନ୍‌ର କ୍ୟାମେରାଥିବା ହାଇରିଜୋଲ୍ୟୁସନ ସାହାଯ୍ୟରେ ଇମେଜିଂ ଡାଟାକୁ ରେକର୍ଡିଂ କରିହେବ। ଏହି ଉପକରଣ ଦ୍ୱାରା ରକ୍ତରେ ଥିବା ଏକ ଲକ୍ଷରୁ ଊର୍ଦ୍ଧ୍ୱ କୋଷକୁ (ସେଲ୍‌) ଚିହ୍ନଟ କରାଯାଇପାରିବ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।