କ୍ୟାନ୍‌ସର ଚିହ୍ନଟ କରିବ ହୀରା..

କ୍ୟାନ୍‌ସର ରୋଗୀଙ୍କ ମୃତ୍ୟୁ ମୁଖ୍ୟତଃ ବିଳମ୍ବରେ ରୋଗ ଚିହ୍ନଟ କାରଣରୁ ହୋଇଥାଏ। ହେଲେ ଏବେ ପ୍ରାରମ୍ଭିକ ଅବସ୍ଥାରେ କ୍ୟାନ୍‌ସରର ଚିହ୍ନଟ ସମ୍ଭବ, ଆଉ ଏହି ଚିହ୍ନଟ କରାଇବ ହୀରା। ଏମ୍‌ଆର୍‌ଆଇ ସ୍କାନିଂ ସମୟରେ ହୀରାର ଉପଯୋଗ କରି କ୍ୟାନ୍‌ସର ଟ୍ୟୁମରର ପ୍ରାରମ୍ଭିକ ସ୍ଥିତି ସମ୍ପର୍କରେ ଏବେ ଜଣାପଡିବ। ସିଡ୍‌ନୀ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ କେମୋଥେରାପି ସମୟରେ ନାନୋ ହୀରାର ପ୍ରୟୋଗକରି କ୍ୟାନ୍‌ସର ସଂକ୍ରମଣର ଜୀବାଣୁକୁ ନଷ୍ଟ କରାଯାଇପାରିବ। ହୀରାର ଚୁମ୍ବକୀୟ ଗୁଣ ରହିଛି। ତେଣୁ ପ୍ରାରମ୍ଭିକ ଅବସ୍ଥାରେ ହୀରା ଦ୍ୱାରା କ୍ୟାନ୍‌ସରର ସ୍ଥିତି ସମ୍ପର୍କରେ ତଥ୍ୟ ମିଳିପାରିବ।

Share