କ୍ୟାନ୍‌ସର ଦୂରକରେ ଚା

ନୂଆଦିଲ୍ଲୀ: ଶୀତଦିନେ ଚା’ର ମଜା ନିଆରା। ଏମିତିକି ଭାରତରେ ଲୋକମାନେ କପେ ଚା’କୁ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ବୋଲି ଭାବନ୍ତି। ଥକାପଣ ମେଣ୍ଟାଇବା, ଥଣ୍ଡା ଆଦି ସମସ୍ୟା ଦୂରେଇବା ଏପରିକି ଅନେକେ ମୁଣ୍ଡବିନ୍ଧା ହେଲେ ପ୍ରଥମେ ଚା ପିଇବାକୁ ପ୍ରାଧାନ୍ୟ ଦେଇଥାନ୍ତି। ଚା’ରେ ତୁଳସୀପତ୍ର ପକାଇ କାଡା ତିଆରି କରାଯାଏ, ଏହାକୁ ସବୁ ରୋଗର ଔଷଧ ବା ମହୌଷଧି କୁହନ୍ତି। ୧୫ ଡିସେମ୍ବରକୁ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଉଛି। ଚା ପିଇବାକୁ ନେଇ ଡାକ୍ତର କୁହନ୍ତି, ଚା’ରେ ଆଣ୍ଟି ଅକ୍ସିଡେଣ୍ଟ ପଲିଫେନଲ ରହିଛି, ଯାହା ଶୀଘ୍ର ପ୍ରଭାବିତ ହେଉଥିବା ଜୀବାଣୁଙ୍କ ସହ ଲଢ଼େଇ କରିଥାଏ। ଚା ଶରୀରରୁ କ୍ୟାଲୋରୀ ଖର୍ଚ୍ଚ ବଢ଼ାଇବା ସହ ମୋଟାପଣ କମାଇଥାଏ। ଏହାଛଡ଼ା ଚା ଶରୀରରେ ବ୍ରାଉନ୍‌ ଫ୍ୟାଟ୍‌ ବଢ଼ାଇବାରେ ସହାଯ୍ୟ କରିଥାଏ। ଏଥିରେ ହ୍ବାଇଟ୍‌ ଫ୍ୟାଟ୍‌ ଅପେକ୍ଷା ମାଇଟୋକଣ୍ଡ୍ରିଆ ଅଧିକ ମାତ୍ରାରେ ରହିଥାଏ। ଫଳରେ ବ୍ରାଉନ୍‌ ଫ୍ୟାଟ୍‌ ଶରୀରରୁ କ୍ୟାଲୋରୀ ବର୍ନ କରିବା ସହ ପଚନକ୍ରିୟା ବଢ଼ାଇବାରେ ସହାୟ ହୋଇଥାଏ। ଭିନ୍ନ ଭିନ୍ନ ୧୫ଟି ଅଧ୍ୟୟନରୁ ଜଣାପଡ଼ିଛି ଯେ, ଦିନକୁ ୨ରୁ ୬କପ୍‌ ଗ୍ରୀନ୍‌ ଟି ପିଉଥିବା ଜଣେ ବ୍ୟକ୍ତି ୧୨ ସପ୍ତାହ ମଧ୍ୟରେ ଅନ୍ୟମାନଙ୍କ ଅପେକ୍ଷା ଶରୀରରୁ ଅଧିକ ଓଜନ ହଟାଇପାରିବେ। ୪୦ହଜାରରୁ ଊଦ୍ଧର୍‌ବ ବୟସ୍କଙ୍କୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, ପ୍ରତିଦିନ ଚା ପିଇବା ଦ୍ୱାରା ହାର୍ଟ ଡିଜିଜ୍‌, ଷ୍ଟ୍ରୋକ୍‌ ଓ କେତେକପ୍ରକାର କ୍ୟାନସର୍‌ ହେବାର ସମ୍ଭାବନା କମ୍‌ କରିଥାଏ। ଯେଉଁମାନେ ଦିନକୁ ୫କପ୍‌ ଗ୍ରୀନ୍‌ ଟି ପିଇଥାନ୍ତି ସେମାନଙ୍କୁ ହାର୍ଟ ଆଟାକ୍‌ ହେବାର ଆଶଙ୍କା ୧୬% କମ୍‌ ଦେଖାଯାଇଥାଏ। ଏଥିସହ ଡାଇବେଟିସ୍‌ କମ୍‌ କରିବାରେ ମଧ୍ୟ ଗ୍ରୀନ୍‌ ଟି ବିଶେଷ ଭାବେ କାର୍ଯ୍ୟ କରେ।

Share