କ୍ୟାନ୍‌ସର ପୀଡ଼ିତ ହୋମଗାର୍ଡଙ୍କ ଚିକିତ୍ସା ପାଇଁ ବିଶାଖାପାଟଣା ପଠାଇଲା ପ୍ରଶାସନ

ଛତ୍ରପୁର,୨୭ା୪(ଡି.ଏନ୍‌.ଏ.) : କ୍ୟାନସର ପୀଡ଼ିତ ତଥା ଗଞ୍ଜାମ ଜିଲା ବିଏନ୍‌ପୁର ଥାନାର ହୋମଗାର୍ଡ ବିଷ୍ଣୁ ପ୍ରସାଦ ବେହେରାଙ୍କ ଚିକିତ୍ସା ଲାଗି ସୋମବାର ଜିଲା ପ୍ରଶାସନ ପକ୍ଷରୁ ବିଶାଖାପାଟଣା ଯିବାର ବ୍ୟବସ୍ଥା କରାଯାଇଛି। ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ୨୭ ଓ ୨୮ ତାରିଖ ଦୁଇଦିନ ପାଇଁ ତାଙ୍କୁ ସ୍ବତନ୍ତ୍ର ପାସ୍‌ ପ୍ରଦାନ କରିଛନ୍ତି। ଛତ୍ରପୁର ଆସି ହୋମଗାର୍ଡ ଜଣକ ପାସ୍‌ ଓ ଅନ୍ୟାନ୍ୟ କାଗଜପତ୍ର ନେଇଛନ୍ତି। ଏଥିସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ବୋଲି ଜିଲାପାଳ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

Share