କ୍ୟାନ୍‌ସର ସହ ଲଢ଼ି ଜିତିବା ପରେ ମ୍ୟୁଜିକାଲ ଭିଡିଓର ନିର୍ଦ୍ଦେଶନା ଦେଲେ ତାହିରା

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ଆଗାମୀ ସିନେମାକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ସ୍ତ୍ରୀ ତାହିରା ଅନେକ ଦିନ ହେବ କ୍ୟାନ୍ସର ପରି ଭୟଙ୍କର ରୋଗରେ ପୀଡିତ ଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବା ପରେ ଏବେ ସେ କିଛି ନୂଆ କରି ଦେଖାଇଛନ୍ତି। ‘କୁଡିଏ ନୀ’ ନାମକ ଏକ ମ୍ୟୁଜିକାଲ ଭିଡିଓର ସେ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଗୀତ ମାଧ୍ୟମରେ ତାହିରାଙ୍କ ଦିଅର ଅପାରଶକ୍ତି ଖୁରାନା ସଂଗୀତ ଏବଂ ମ୍ୟୁଜିକ୍‌ କ୍ୟାରିୟର ଆରମ୍ଭ କରୁଛନ୍ତି। ଗୀତରେ ଭାଉଜ ନିର୍ଦ୍ଦେଶନା ଦେଇଥିବାରୁ ଅପାରଶକ୍ତି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅପାରଶକ୍ତି ଗୀତକୁ ନୀତି ମୋହନଙ୍କ ସହ ଗାଇଥିବାବେଳେ ନିଜେ ଏହାର ଧୁନ୍‌ ତିଆରି କରିଛନ୍ତି। ଏହି ରୋମାଣ୍ଟିକ୍‌ ମ୍ୟୁଜିକ୍‌ ଭିଡିଓରେ ସରଗୁନ୍‌ ମେହତାଙ୍କୁ ମଧ୍ୟ ଦେଖିବାକୁ ମିଳିବ।

Share