Categories: ମେଟ୍ରୋ

କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରଦୀପ ମହାରଥୀ

ଭୁବନେଶ୍ୱର,୩୦ା୫(ବ୍ୟୁରୋ)- ପିପିିଲିର ନବନିର୍ବାଚିତ ବିଧାୟକ ପ୍ରଦୀପ ମହାରଥୀ ସାମୟିକ ଅସୁସ୍ଥ ହେବା ପରେ ବୁଧବାର ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଧୁମେହ ରୋଗ ଯୋଗୁ ସେ ଚିକିତ୍ସାଧୀନ ଥିଲେ। ହଠାତ୍‌ ସନ୍ଧ୍ୟାବେଳେ ଶରୀରରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ପିପିଲି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରମାନେ ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ମେଡିସିନ ଓ୍ବାର୍ଡକୁ ପଠାଇଥିଲେ।

Share