କ୍ୟାପ୍‌ ପିନ୍ଧିବା ଅନ୍ତରାଳେ..

ଅର୍ଜୁନ କପୁର ଗତ କିଛିମାସ ହେବ ଏକ କ୍ୟାପ୍‌ ପିନ୍ଧୁଥିଲେ। କେହି ଯଦି କେବେ ସେହି କ୍ୟାପ୍‌କୁ କାଢ଼ିବାକୁ କହୁଥିଲେ ସେ ଆଦୌ କାଢ଼ୁ ନ ଥିଲେ। ହେଲେ ନିକଟରେ ଏହି କ୍ୟାପ୍‌ ପିନ୍ଧିବା ରହସ୍ୟ ଉପରୁ ନିଜେ ପରଦା ହଟାଇଛନ୍ତି। କ୍ୟାପ୍‌ ହଟାଇବା ପରେ ସେ କହିଛନ୍ତି, ‘ଏହା ପଛରେ ସେପରି କିଛି ରହସ୍ୟ ନ ଥିଲା। ବର୍ତ୍ତମାନ ମୁଁ ଅଭିନୟ କରୁଥିବା ‘ପାନିପଥ’ ଚଳଚ୍ଚିତ୍ରରେ ମୋ ହେୟାର ଷ୍ଟାଇଲକୁ କେହି ଯେପରି ଭାଇରାଲ ନ କରୁ ସେଥିପାଇଁ ମୁଁ କ୍ୟାପ୍‌ ପିନ୍ଧୁଥିଲି।’ ଆଶୁତୋଷ ଗୋଓ୍ବାରିକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଅର୍ଜୁନଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି କ୍ରିତି ସାନନ ଏବଂ ଫିଲ୍ମଟି ଚଳିତବର୍ଷ ଡିସେମ୍ବର ୬ରେ ପରଦା ଉପରକୁ ଆସୁଛି।

Share