Categories: ଜାତୀୟ

କ୍ୟାଫେ କଫି ଡେ’ ମାଲିକ ଭି.ଜି ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଜାଣିପାରିଲେ ନାହିଁ, ଶେଷରେ ଆଖିବୁଜିଲେ ପିତା

ନୂଆଦିଲ୍ଲୀ,୨୬।୮:ଦେଶର ପ୍ରଖ୍ୟାତ କଫି ଚେନ କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥ ଆମତ୍ହତ୍ୟା କରିବାର ପାଖାପାଖି ମାସେ ପରେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଛି। ୯୬ ବର୍ଷୀୟ ଗଙ୍ଗୈୟା ହେଗ୍‌ଡେ ଅନେକ ଦିନ ହେବ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେ କୋମାରେ ଥିବାରୁ ପୁଅ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ମଧ୍ୟ ଜାଣିପାରି ନ ଥିଲେ। ସିଦ୍ଧାର୍ଥ ଆତ୍ମହତ୍ୟା କରିବାର କିଛିଦିନ ପୂର୍ବରୁ ପିତାଙ୍କୁ ଭେଟି ଖୁବ୍‌ କାନ୍ଦିଥିଲେ। ସୂଚନାଯୋଗ୍ୟ, ଜୁଲାଇ ୨୯ରେ ଭିଜି ସିଦ୍ଧାର୍ଥ କୁଆଡେ ନିଖୋଜ ହୋଇଯାଇଥିଲେ। ପରଦିନ ତାଙ୍କ ମୃତଦେହ ଏକ ନଦୀରୁ ମିଳିଥିଲା। ଋଣଗ୍ରସ୍ତ ଯୋଗୁ ସେ ଆତ୍ମହତ୍ୟା କରିଥିଲେ ବୋଲି ସୁଇସାଇଡ୍‌ ନୋଟ୍‌ରୁ ଜଣାପଡିଥିଲା।

 

Share